ବାହାଘର କନ୍ୟା ବେଶ
ବାହାଘର କନ୍ୟା ବେଶ
କନ୍ୟା ବେଶରେ ସୁନ୍ଦର ହୋଇ
ମଥାରେ ସିନ୍ଦୂର ନାଇ
ବାହାରି ଯିବ ଶାଶୁ ଘରକୁ ଝିଅ
କାନ୍ଦେ ଖାଲି କଇଁକଇଁ
ପାଦରେ ଅଳତା ଘୁଂଗୁର ନାଇ
ଦେହରେ ପାଟ ଶାଢ଼ୀ
ବେକରେ ମଙ୍ଗଳ ସୂତ୍ର ବେଶ ହୋଇ
ଦିଶୁଥାଏ ଭାରି ସୁନ୍ଦରି l
ହାତରେ ଚୁଡି ନାଲି ନାଲି ଶଙ୍ଖା
କାନରେ ପେଣ୍ଡି ଫୁଲ
ହାତରେ ତା ନିର୍ବନ୍ଧ ସୁନା ମୁଦି
ଅଳତାରେ ପାଦ ଲାଲ l
ବାପାଙ୍କ ଧରି କାନ୍ଦେ ହୋଇ କଇଁ
ବାପ ମୋତେ ଛାଡିଦେବ
ବୋଉ ମୋତେ କାଇଁ ମାରିନଥୁଲୁ
ଆଜି ମୋତେ ଛାଡି ଦେବୁ l
ଏଡିକିରୁ ଏଡେ କରିଥିଲେ ବଢ଼ାଇ
ସ୍ନେହ ସରଧା ଦେଇ
ଆଜିଠୁ କହାକୁ ଡାକିବି ମୁଁ ବାପା
ତମେ ମାରି ନଦେଇ l
କହାକୁ ଡାକିବି ମୋ ବୋଉ ଆଉ
ବୋଉ ମୋତେ କଲୁ ପର
କିଏ ମୋତେ ସକାଳୁ ଉଠାଇ ଦେବ
କାହାକୁ କରିବି ନିଜର l
ଶାଷୁ ଘର ମୋ ପାଇଁ ପର କେମିତି
ଜାଣିବି କିଏ ନିଜର
ଭାଇ ମୋର କଳିକଜିଆ କରିବେନି
ମୋତେ କରିଦେଲୁ ପର l
ଆମେ କେତେ ଖେଳୁଥିଲେ ଲୁଚକାଳି
ଚାଲି ଯିବି ବହୁତ ଦୁର l
ଭାଇ ହୋଇ ଆମ ମାନ ରଖିବୁ ତୁହି
ଘରର ମାନ ରଖିବୁ
ବୋଉକୁ ଟାଇମିରେ ମେଡ଼ିସିନ ଦବୁ
ବାପାଙ୍କ ଖାଇବା ବୁଝିବୁ l
ବାପା ବୋଉ ମୋର ଅଟନୃ ଦେବତା
ତାଙ୍କ ଦୁଃଖ ବୁଝିବୁ
ଦାଦା ଖୁଡି ଜାଉଛି ତମ ଝିଅ ଦୁରେଇ
ମୋର ଦୁଃଖ ବୁଝିବ l
ସାଙ୍ଗ ସାଥିରେ ମୁଁ ଚାଲି ଯାଉଛି
ତମେ ମାନେ ମୋ ନିଜର
ଖେଳଘର ବାଲିଘର ସରିଗଲା
ମୋତେ କରିବନି ପର l
ଫୋନ କରିବ ଏ ସାଙ୍ଗ ମୋହର
ପର କରିବ ନାହିଁ
ଏତିକି ବେଳେ ଗାଡି ଆସିଲା ଧାଇଁ
ଝିଅ ପୁରା ମନ ନାହିଁ
ଏତିକି ବେଳେ ଦିଅର ଟିକେ ନେଲେ
ବୋଉର ହୋସ ନାହିଁ l
ଜାଉଛି ବାପା ବୋଉ କାନ୍ଦିବ ନାହିଁ
ତମ ପାଖରେ ନାହିଁ
ନିଜକୁ ନେଜେ ତମେ ବୁଝାଇ ଦେବ
ତମ ମାନଙ୍କ ଖୁସି ପାଇଁ l
ମୋ କଥା ଯେବେ ମନ ପଡିବ
ଫୋନ କରି କଥା ହେବ
ବେଶୀ ମନ ପଡିଲେ ଆସିବ ବାପା
କଛି ଦିନ ରହିବ l