Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ଗୁରୁ ଅଭିମତ

ଗୁରୁ ଅଭିମତ

1 min
6.8K


ସାଧାରଣ ନୁହେଁ ଗୁରୁ ଉପାଧି

ସଂସ୍କାର ନୀତିର ମହା ପରିଧି।

କର୍ତ୍ତବ୍ୟର ସରେ ନାହିଁ ଅବଧି

ଦାୟିତ୍ୱ ଦରିଆ ରଖଇ ଛନ୍ଦି।

ଆଦର୍ଶ ରଜ୍ଜୁରେ ଜୀବନ ବାନ୍ଧି

ଚାଲିବାକୁ ପଡେ ହେଲେବି ରୁନ୍ଧି।

ସମାଜ ପାଖରେ କରିଛୁ ସନ୍ଧି

ବ୍ୟକ୍ତିଗତ ସ୍ୱାର୍ଥ ଦେବୁ ସମାଧି।

ଶିଖାଇ ସୁଗୁଣ ଚରିତ୍ର ଶୁଦ୍ଧି

ଢାଳି ଚାଲୁଥିବୁ ପୁଣ୍ୟ ବାରିଧି।

ପାଠରେ ପିଲାଙ୍କୁ ହେବାକୁ ସିଦ୍ଧି

କରିବାକୁ ପଡେ ବିଭିନ୍ନ ବିଧି।

ଛାତ୍ରଛାତ୍ରୀ ଆମ ଅମୂଲ୍ୟ ନିଧି

ବଢାନ୍ତି ଆମର ଖ୍ୟାତି ପ୍ରସିଦ୍ଧି।

ଶିତକଣ୍ଠ ବରାଳ

ସାକ୍ଷୀ ଗୋପାଳ,ପୁରୀ


Rate this content
Log in