Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୯୩

ଜୀବନ ଗୀତା-୩୯୩

1 min
164


ଜୀବନର ଅଗଣାରେ

ସଂପର୍କର ସାହାନାଇ

ବାଜୁଥାଏ ସଦାବେଳେ

ମଧୁରତା ଭରିଦେଇ ॥୦॥

ସଂପର୍କରେ ଫାଟ ଆସିଗଲେ ଥରେ

ସୂରତାଳ ସବୁ ଆଉ ତ ନମିଳେ

ବେସୂରା ବେତାଳ

ସଂପର୍କର ସୂର

କାନ୍ଦୁଥାଏ ସତେ ଅବା

ହୃଦୟରେ ରହିରହି ॥୧॥

ସଂପର୍କ ଯୋଡିଲେ ମନ ପୁଲକିତ

ଦେହ ମନ ଆତ୍ମା ହୁଏ ଉଲ୍ଲସିତ

ମନକୁ ମନରେ

ଆତ୍ମାକୁ ଆତ୍ମାରେ

ଯୋଡିଦିଏ ସଂପର୍କ ତ

ଫାଙ୍କ ଟିକେ ରଖେନାହିଁ ॥୨॥


Rate this content
Log in