ଜୀବନ ଗୀତା- ୬୫
ଜୀବନ ଗୀତା- ୬୫
1 min
6.4K
ଜୀବନ ଗୀତା- ୬୫
ଜୀବନ ପଉଷ ପତର ଦେହରୁ
କାକର ଯାଇଛି ଶୁଖି
କାକର ବିନ୍ଦୁରେ ସାରା ଆକାଶର
ଛବି ହୋଇଥିଲା ଆଙ୍କି ॥୦॥
ଆଜି ସେ ପତର କାକର ବିହୀନ
ହଳଦିଆ ପଡିଲାଣି
ଟିକିଏ ପବନେ ଥରିଯାଉଛି ସେ
ଶୁଖିଶୁଖି ଆସିଲାଣି
ଗଛର ଶାଖାରେ କେତେ ଦଣ୍ଡ ଅବା
ଝୁଲିବା ରହିଲା ବାକି ॥୧॥
ଝରା ପତରର ଲୁହକୋହ କଥା
ବୁଝେନା ତ କିଶଳୟ
ଋତୁ ବସନ୍ତର ମଳୟ ଛୁଆଁରେ
ଜୀବନ ତା' ମୋହମୟ
ନିରବ ଆଖିରେ ପତ୍ରଝଡା ଦେଖି
ରହିବ ଖାଲି ଯା' ସାକ୍ଷୀ ॥୨॥