ମାୟାମଗ୍ନ
ମାୟାମଗ୍ନ
କିଏ ସେହି କାନ୍ଥ ଆରପଟେ,
ଖସିଯାଏ ଧିରେ ଧିରେ,
ଆକାଶର ଛାଇ ଧରି,
ଭୋର ବେଳର ଏ,
ସବୁଜ ମୋହ ମାନଙ୍କୁ ଉଠାଇ,
ସମର୍ଥ ହୁଏ ସେମାନଙ୍କୁ,
ମୋହିତ କରିବାରେ।
କିଏ ବା ଛାଡ଼ିବାକୁ ଚାହେଁ,
ଜୀବନର ମାନ ଭରିଥିବା,
ପାଟ-ଅଗଣାର ସେହି,
ଚକମକି ଚଟାଣର ପରିପାଟୀ,
ବୁଡ଼ି ଯାଉଥିବା ଜାହାଜର ବଣିକଟି
ରହିଯାଏ ମାୟା ଶରଣରେ,
ବୈରାଗୀ ବି କାନ୍ଦେ ଏଠି,
ବାୟା ତା'ର ବାଇମନ ନେଇ,
ଅସମର୍ଥ ହୁଏ ଜାଣିବାରେ,
ମାୟା ବାହୁବଳ,
ଭୁଲିବା ସମ୍ଭବ ନୁହେଁ,
ଅସମ୍ଭବ ମୋହ ଅଛି ଭୁଲିବାରେ।
କାନ୍ଥ ଆରପଟେ ସେହି,
ଅଦୃଶ୍ୟ ହାତ,
ଏକ ମହତ ମାୟାର,
ଆଉଁସି ଦିଏ ଯୋଡ଼ିବାକୁ,
ଫଟା କାନ୍ଥ ଦେହ ସବୁ,
ଅସୁମାରୀ ସମ୍ଭାବନା ନେଇ।