Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Inspirational

1.9  

gouranga charan beura

Inspirational

ବରଷାରାଣି

ବରଷାରାଣି

1 min
6.4K



କଳା ଓଢଣୀରେ ନୀଳ ଆକାଶରେ

ଆସିଲା ବରଷା ରାଣୀ,

ଘଡଘଡି ବାଦ୍ୟେ ଅଖଣ୍ତ ବଉଦେ

ଚପଳା କଲା ରୋଶଣୀ ॥

ମୟୁରୀ ଛନ୍ଦରେ ବିଭୁଷିତା ହୋଇ

ମୈାସୁମୀ ଛାନ୍ଦରେ ନାଚି,

ପାଉଁଜି ବଜାଇ ଢାଳି ଜଳାମୃତ

ଧନ୍ୟ କରିଲା ଧରତୀ ॥

ବେଂଗ ବେଂଗୁଲିଂକ ପୀରତି ରଡିରେ

କମ୍ପିଲା ଧରଣୀ ବକ୍ଷ,

ସାଧବ ବୋହୁଏ ପିନ୍ଧି ନାଲିପାଟ

ରଚିଲେ ରଂଗର ହାଟ ॥

ଝିଂକାରୀ ସାଜଇ ମହୁରିଆ ଭାଈ

ପବନ ବଜାଏ ବଂଶୀ,

ବନରେ ଶିଆଳ ସାଜିଥାଏ ଭାଟ

ମୈାନବ୍ରତେ ଥାଏ ନିଶି ॥


ଛତୁ ସାଜିଥାଏ ଧରଣୀର ଛତ୍ର

ପୃଥିବୀ ଯେ ଛତ୍ରପତି,

ନଦୀ ପୁଷ୍କରିଣୀ ବୋହୁ ସାଆନ୍ତାଣୀ

ପାଛୋଟି ବରଷାରାଣୀ ॥

ଧରଣୀ ହସିଲା ଫୁଲ ସୁବାସିଲା

ଭ୍ରମର ଗାଇଲେ ଗୀତ,

ଝଡିପୋକ ଉଡେ ମନ ଉହାଡରେ

ଭେଟିବାକୁ ଯମଦୂତ ॥

କୃଷକ ବାପୁଡା ପଗଡି ବାନ୍ଧିଲା

ରଚିବ ନୂଆ ଧରଣୀ,

ଶିରାଳ ବାହୁରେ ସବୁଜ କରିବ

ନିଦାଘ ପୀଡିତ ଭୂମି ॥

ବନ ତରୁଲତା ଶିହରି ଉଠିଲେ

ପାଇ ତୋହରି ପରଶ,

ପଶୁ ପକ୍ଷୀ ଜୀବ ତୋ ଗୀତିକା ଗାଇ

ବାଢିଲେ ଶାନ୍ତି ସନ୍ଦେଶ ॥



------ଗୈାରାଂଗ ଚରଣ ବେଉରା----

-----ଶିକ୍ଷକ କୁଲିଆମାଲ ଉଚ୍ଚ ବିଦ୍ୟାଳୟ---


Rate this content
Log in

Similar oriya poem from Inspirational