Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rajalaxmi Tripathy

Others

2  

Rajalaxmi Tripathy

Others

ତୁନି ହୁଅ ପବନ

ତୁନି ହୁଅ ପବନ

1 min
1.3K


ତୁନି ହୁଅ ପବନ

ଉଡ଼ାଇ ନେ ନା ସେଇ

ସ୍ଵର୍ଣ୍ଣିମ ନଦୀର ସଂଗୀତ।

ଟିକିଏ ଶୁଣିଯା' ସେ ପରିଶ୍ରମୀ

କ୍ଲାନ୍ତ ମଣିଷଟିର ନିର-ଉଚ୍ଚ୍ୱାସ

ବୁକୁର କଥାକୁ।

ଖୋଜୁନି ସେ ଖେଳ ସାଥି,ପଦ୍ମ ପୋଖରୀର

ଗାଉନି ପ୍ରେମ ଆଉ ପ୍ରଣୟ ସଂଗୀତ,

ଅଟକି ଯାଇଛି ସତେ

ଜୀବନ ଓ ମୃତ୍ୟୁର ଫାଟକ ଆଗରେ।

ଖୋଲା ଅଛି ଝର୍କା ତାର

ଥରେ ହେଲେ ତୁନି ପଡ଼ି

ଛୁଆଁଇଦେ ତା ସ୍ଵପ୍ନର ଆକାଶ-ମଣ୍ଡପ।


Rate this content
Log in