Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Others

3  

Sarat Jal

Others

ସ୍ୱପ୍ନ

ସ୍ୱପ୍ନ

1 min
6.7K



ଏ ଯେଉଁ ଆଖିରେ,

ମୁଁ ସ୍ୱପ୍ନ ଦେଖିବାକୁ ଚେଷ୍ଟାକରିଚି ।

ସେ ଆଖିରେ ଅଜସ୍ରଲୁହ....

ମୋ ସ୍ୱପ୍ନକୁ ଲୁହ

ସବୁ ଧୋଇ ନେଇ..

ଅତଳ ଗଭୀର ଭିତରକୁ

ଫିଙ୍ଗି ଦେଇଛି ।

ଆଉ ଦିନେ,

ମୁଁ ସ୍ୱପ୍ନ ଦେଖିପାରିନାହିଁ ......


ଏ ଯେଉଁ ହୃଦୟରେ;

ମୁଁ ସ୍ୱପ୍ନକୁ ବାନ୍ଧିବାକୁ ଚେଷ୍ଟା କରିଚି ।

ସେ ହୃଦୟରେ ଅପାର କୋହ !

ମୋ ସ୍ୱପ୍ନକୁ କୋହ ସବୁ

ରଂଗହୀନକରି

ହୃଦୟର କାନ୍ ଭାସ ଭିତରେ,

ଟୁକୁଡା ଟୁକୁଡା କରି

ଉଜାଡି ଦେଇଛି ।

ଆଉ ଦିନେ,

ମୁଁ ସ୍ୱପ୍ନ ସଜାଡି ପାରିନାହିଁ .....


ଏ ଯେଉଁ ସ୍ୱପ୍ନା..

ମୋ ପ୍ରେମିକା...

ମୋ ସ୍ୱପ୍ନକୁ ଚୋରେଇ ନେଇ,

କେଉଁ ଅଫେରା ରାଇଜକୁ

ଚାଲିଯାଇଛି ।

ନା..ମୁଁ ସ୍ୱପ୍ନକୁ ପାଇପାରୁଛି

ନା.....ମୋ ସ୍ୱପ୍ନାକୁ..

ସବୁସ୍ୱପ୍ନ ତା'ପାଇଁ,

ଅନ୍ଧାରୀ ଇଲାକା ଭିତରେ...

କୁମ୍ଭକର୍ଣ୍ଣ ପରି ମନକକ୍ଷରେ ପଡିରହିଛନ୍ତି ।

ନା..ମୁଁ ସ୍ୱପ୍ନର ହେଇପାରୁଛି....

ନା..ମୁଁ ସ୍ୱପ୍ନାର ....


ଶରତ ଚନ୍ଦ୍ର ଜାଲି

ତା:୧୯/୦୮/୦୧୮


Rate this content
Log in