ଆମ ବାପାର ବାପାର-ବାପା
ଆମ ବାପାର ବାପାର-ବାପା
1 min
167
ଗୋଟିଏ ଦିନ
ନନ୍ଦନ କାନନେ
ସିମ୍ପାଞ୍ଜି ସହ ହେଲା ଦର୍ଶନ ।
ତାକୁ ମୁଁ ଚାହିଁ
ଫଳଟି ନେଇ
ହାତରେ ଦେଲି ମଞ୍ଜୁରୀ ପାଖେ
ଠିଆ ମୁଁ ହୋଇ ।
ଖାଇବ କ'ଣ
ମୋର ମୁହଁଟିକୁ
ମୁହଁ ଲଗାଇ କହିଲା ସେହି
ଶୁଣ ଶୁଣ - ଶୁଣ ଶୁଣ ।
ମୋତେ ଚିହ୍ନିଲୁ ?
ତୋ ବାପାର ବାପାର ବାପାର
ବାପାର ବାପାର ବାପାର ...ବାପା
ଆମେ ସଭିଏଁ
ସବୁ ଏମିତି ଏପରି ଥିଲୁ ।
ନିଜକୁ ଚିହ୍ନି
ଭୁଲିଗଲି ସବୁ ଭେଦଭାଵ ଯେ
ଜୀବନ ମାନେ
ବଞ୍ଚିବା ମରିବା ସଂହତି ପାଇଁ ।