Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Shiba Prasad Tripathy

Others

5.0  

Dr. Shiba Prasad Tripathy

Others

କୁଳ ଲଂଘିବା ଆଗରୁ

କୁଳ ଲଂଘିବା ଆଗରୁ

1 min
7.2K


କୂଳ ଲଂଘିବା ଆଗରୁ ଆସ

ଆଉଥରେ ଭଲକରି

ନଈର ଦାଢକୁ ପରଖି ନେବା,

ଲଂଗଳ ମୂନରେ

ସିଆର କାଟି କାଟି

ଆମ ସଂପର୍କର ଗଭୀରତା ମାପିଦେବା ।।

ପଚାରି ବୁଝିବା

ନିଜେ- ନିଜକୁ

ଆମେ ଆମର ପାରିବା ପଣକୁ,

ସୁଖରୁ ଦୁଃଖ ହରିଲେ ବା' କେତେ

ଏହାର ଭାଜ୍ଯ- ଭାଜକ ଓ ଭାଗଫଳ

ନିର୍ଣ୍ଣାୟକ ଯୋଗଫଳ

ଜିଜୀବିଷା ଜୀବନର ରଂଗକୁ ।।


ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ,

ବଲାଙ୍ଗୀର (ଓଡିଶା)


Rate this content
Log in