Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

0  

Parshuram Biswal

Others

ପ୍ରଶାସନିକ ସେ ସଂସ୍କାରଟି ସିନା

ପ୍ରଶାସନିକ ସେ ସଂସ୍କାରଟି ସିନା

1 min
127


ପ୍ରଶାସନିକ ସେ ସଂସ୍କାରଟି ସିନା

 

ପର୍ଶୁରାମ ବିଶ୍ୱାଳ

 

ବନ୍ୟାରେ ଘାଇଟେ ହେଇଗଲା ଜଗା ଜଳବନ୍ଦୀ ମୋର ଗାଆଁ

ଡଙ୍ଗା କି କାଠୁଆ ନାହିଁ ବୋଲି ପ୍ରଭୁ ସଭିଏଁ ହେଲେ ଛାନିଆଁ

ଫୋନ୍ ରେ  ଜଣେ ବଡ଼ ଅଧିକାରୀ

କହିଲି ଘଟଣା ଯାହା ।

 

ରାଗି ସେ କହିଲେ ଡଙ୍ଗାଟିଏ ପାଇଁ ଜିଲ୍ଲା ପ୍ରଶାସନ ଖୋଜ

ବ୍ଲକ୍ ସେ ଗ୍ରାମପଞ୍ଚାୟତ ଅଛି, ସେଠି ଡଙ୍ଗା କଥା ବୁଝ

ବୁଝିଗଲି ତାଙ୍କ ଦରଦୀ ପରାଣ

ଜାଣିଲି ପଦରେ ବାୟା ।

 

ଆମର କି ଅଛି କିଏ ହେଉ ପଛେ କେତେ ବଡ଼ ଅଫିସର

ଆମ ସେବା ପାଇଁ ତମର ଏ ପଦ ମିଛ କି କହ ଠାକୁର

ତାଙ୍କର ଆମର ଦୂରତା ବଢୁଚି

ଏ କିବା ଶାସନ ମାୟା ?

 

ଲୋଡ଼ା ହୁଏ ଆଜି ଜନତାର ସୁଖେଦୁଃଖେ ରହୁ ପ୍ରଶାସନ

ଯେ’ ଦେଇଚି ସେବା କରିବା ସୁଯୋଗ, ତାଙ୍କୁ ସମାଜରେ ସ୍ଥାନ

ତା ପାଇଁ ପ୍ରାଣ କାନ୍ଦୁ ନିତିଦିନ

କେମିତି ହବ କା’ ସାହା ।

 

ପ୍ରଶାସନିକ ସେ ସଂସ୍କାରଟି ସିନା ଲୋଡ଼ା ଆଜି ଗଣତନ୍ତ୍ର

ବୁଝେଇ କହିଦେ ନିତି ପ୍ରଶାସନ ଘୋଷୁଥାଉ ସେବା ମନ୍ତ୍ର

ତେବେରେ ହସିବ ଏ ଗାଆଁ, ସହର

ଧରିଥିବ ତୋର ନାଆଁ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in