Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Children Inspirational

2  

Sarat Jal

Children Inspirational

*ଗୀତ

*ଗୀତ

1 min
6.6K




ମାଟି........ଏଇ ମାଟି...

ଧନ୍ୟ ଏ ଓଡିଆଜାତି.....

ରକ୍ତରେ ଭିଜିଛି

ରକ୍ତେ ଭିଜାଇଛି

ସାକ୍ଷୀ ଏଇ ବାରବାଟୀ (୦)


କେତେ ଇତିହାସ ଲୁଚି ରହିଛି ଏମାଟିରେ

ଏଇ ମାଟି ଆମପାଇଁ ସୁନାପରା ଖାଣ୍ଟିରେ ।

ସୁନାର ଫସଲ ଦିଏ ସିଏ ହସିହସିକା

ସୁଖଶିରୀ ଢାଳି ଦିଏ ନିତି ମାଆପରିକା ।

ଭୋକିକୁ ଆହାର

ସୁଶୀତଳ ଜଳ

ଆନନ୍ଦେ ଦେଉଚି ବାଣ୍ଟି (୧)


ଏଇମାଟି କୋଳେ ନେଳେ କେତେ ବୀର ଜନମ

ରାଧାନାଥ,ଗୋପବନ୍ଧୁ ମହାନତା କରମ ।

ଦେଶବିଦେଶରେ ପୂଜା ଏମାଟିର ସୁନାମ

ତା'ଚରଣେ ଅାସ ଆଜି କରିବାରେ ପ୍ରଣାମ ।

ଲୁହକୁ ପୋଛିଚି

କୋହକୁ ଚାପିଛି

ଆମପାଇଁ ଦିନରାତି (୨)

ମାଟି ....ଏଇମାଟି


ଶରତ ଚନ୍ଦ୍ର ଜାଲି,ପଥରା

ତା:୨୬/୪/୨୦୧୮


Rate this content
Log in