Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଆଜ ଏକି ଗୁମାନରେ

ଆଜ ଏକି ଗୁମାନରେ

1 min
6.6K


କବିସୂର୍ଯ୍ୟ ବଳଦେବ ରଥ

ରାଗ – ମରୁଆ, ଆଠତାଳି


ଆଜ ଏ କି ଗୁମାନରେ (ଚନ୍ଦ୍ରାନନା)

ଦେଖି ନାହିଁ ସ୍ବପନରେ ।ପଦ।

ସୁନ୍ଦର ରଦବାସ, ମନ୍ଦାର ଦଳେ ହାସ-

କୁନ୍ଦକୁ ପରକାଶ, କୁନ୍ଦନାଙ୍ଗୀ ମୋ ଧନି!

ତୁ ସିନା ମୋର ପ୍ରାଣ, ରମଣୀଗଣ ରାଣ,

ରାଣ ଅଛିଟି ମାଣ- ବକ ମୃଗାକ୍ଷୀ ଜାଣ,

ଦାରୁଣ ସ୍ମର ରାଣ, ଶାଣ ଦିଆ ତୀକ୍ଷଣ,-

ବାଣ ଗଣରେ, ନିଶ୍ଚେ ନେବଟି ଏ ପରାଣ।୧।

ଚାରୁ ଚମ୍ପକ ଦେହା ରେ, ଚନ୍ଦ୍ରାନନା;

କାହୁଁ ଶିଖିଲୁ ଏହାରେ ।

ଅଶ୍ରୁ ପ୍ରସରିବାର ମହୀକି ଚିରିବାର,

ଆଜନ୍ମ ପରିଚାର ସଂସାର ସାରିବାର ।୨।

ମର୍ମ ଗଲାଟି ଫାଟିରେ, ଚନ୍ଦ୍ରାନନା!

ମାର ମାର୍ଗଣ ଧାଟିରେ,

ବନ୍ଧୁଆ, ସରିଲିଟି ତୋ କୀର୍ତ୍ତି ପରିପାଟୀ,

ରୋପିବାର ଲତାଟି ମୂଳୁ ନ ପକା କାଟି ।୩।

ଦୋଷ ଦେଖି ତୁ ଦଣ୍ଡରେ, ଚନ୍ଦ୍ରାନନା!

ମଣ୍ଡନା କରି ଗଣ୍ଡରେ,

ବାହୁ ପାଶେ ନିତାନ୍ତେ ବାନ୍ଧିବା ବସନାନ୍ତେ

ଓଷ୍ଠ ବିଦାରି ଦନ୍ତେ ଭୁଷ କରଜ-କୁନ୍ତେ ।୪।

ଆରମ୍ଭିଲେ ତୁ ରୁଷାରେ, ଚନ୍ଦ୍ରାନନା!

ଭରସା କେ ମୋ ରସାରେ,

ତେଜିଲେ ତୁ ମୋ କୋଳ କେତେ ମୋ ଧୃତି ବଳ

ସହେ ବି କରବାଳ କେଳି-କମଳ ଦଳ ? ।୫।

ଶ୍ୟାମ ବିନୟ ଭାଷାରେ, ଚନ୍ଦ୍ରାନନା,

ମନ୍ଦ ମଧୁର ହସାରେ,

ଭାଷିଲେ ପ୍ରିୟବାଣୀ ରସେ ସେ ସୁଲକ୍ଷଣୀ,

ରସିଲେ ମନ ଜାଣି, ଶ୍ରୀ ଛୋଟରାୟ ଭଣି ।୬।


ସମାପ୍ତ


Rate this content
Log in

Similar oriya poem from Classics