ମଣିଷ ପଣିଆ ତ' ମରି ଚାଲିଛି
ମଣିଷ ପଣିଆ ତ' ମରି ଚାଲିଛି
ସତ ମିଛ ଦୁନିଆରେ ଯାହା ଘଟି ଚାଲିଛି
ହସିଵାକୁ ଏଠି ଟଙ୍କା ମିଳୁଛି
କାନ୍ଦି.. କାନ୍ଦି ଲୁହ ଵଳି ପଡୁଛି
କାହିଁକି କେଜାଣି ଏଠି ଏମିତି ହଉଛି
ଏଠି ମଣିଷ ପଣିଆ ତ' ମରି ଚାଲିଛି ।
ଏଠି ଦୀପ ଜଳୁଛି,ଲୁହ ଵି ଝରୁଛି
ଦୀପ ପାଇଁ ଘିଅ ନିତି ମିଳୁଛି
ଲୁହ ପାଇଁ ଅଭିସାପ ମିଳୁଛି
କାହିଁକି କେଜାଣି ଏଠି ଏମିତି ହଉଛି
ଏଠି ମଣିଷ ପଣିଆ ତ' ମରି ଚାଲିଛି ।
ଏଠି ଯିଏ ଦେଖୁଛି ସିଏ କହୁଛି
ଆ..ହାଃ ଭାରି ଦୁଃଖ ଲାଗୁଛି
କହିଵା ଲୋକଙ୍କର ଏଠି ସାହା ମିଳୁଛି
ଦେଖିଵା ଲୋକଙ୍କୁ ଏଠି ମଜ୍ଜା ଲାଗୁଛି
କାହିଁକି କେଜାଣି ଏଠି ଏମିତି ହଉଛି
ଏଠି ମଣିଷ ପଣିଆ ତ' ମରି ଚାଲିଛି ।
ଏଠି ତେଲିଆ ମୁଣ୍ଡକୁ ତେଲ ମିଳୁଛି
ଭୋକିଲା ପେଟକୁ ନାତ୍ ମିଳୁଛି
ହାତ ଵଢେଇଲେ ଗଭୀର ନଦୀକୁ ଠେଲି କିଏ ଦଉଛି
ଵିଶ୍ଵାସ କଲେ ଵିଷ ମିଳୁଛି
କାହିଁକି କେଜାଣି ଏଠି ଏମିତି ହଉଛି
ଏଠି ମଣିଷ ପଣିଆ ତ 'ମରିଚାଲିଛି ।