Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ହେ ପୂଜ୍ୟ କଲାମ ଫେରି ଆସ

ହେ ପୂଜ୍ୟ କଲାମ ଫେରି ଆସ

1 min
6.6K


.  ସଲାମ ଘେନହେ ପୂଜ୍ୟ କଲାମ

ବିଂଶୋତ୍ତର ବିଂଶ     ଭିଜନ ତୁମର

    ଏଯାଏ ସଫଳ ହୋଇନାହିଁ

ତୁମ ସ୍ୱପ୍ନର        ଅତୁଲ୍ୟ ଭାରତ

    ଅରୁଣ ଆଲୋକ ଦେଖିନାହିଁ । 

ଉଠହେ କଲାମ     ଜଗାଅ କଲମ

     ଏଦେଶ ତଥାପି ଜାଗିନାହିଁ

ଏକତ୍ରିଶ ସାଲ     ପନ୍ଦର ଅକ୍ଟୋବର୍    

   ଫେରିଆସୁ ବାରେ ଆମପାଇଁ । ।1।

ଆବୁଲ ପାକିର      ଜୈଲାଲୁବ୍ଦିନ୍

  ଅବଦୁଲ୍ ପରି ଆଉ କେହି

ପ୍ରୋଟକଲ ଭାଂଗି   ମାନବିକତାର

   ମହାଦୀକ୍ଷା ପରା ଦିଏନାହିଁ ।

ସରଳ ଜୀବନ     ଧାରାରେକେ ଉଚ୍ଚ

   ବିଚାରକୁ ଭରି ଦେଉନାହିଁ 

ସତେଇଶ ଜୁଲାଇ    ପନ୍ଦର ଥିଲାକି

    ହରାଇବା ଦିନ ଆମ ପାଇଁ ?।2।

ମିସାଇଲମ୍ୟାନ     ମହାନାୟକ ହେ

     ପରୀକ୍ଷା ତୁମର ସରିନାହିଁ

ଝୁରେ 'ଚାନ୍ଦିପୁର'    ଝୁରେ 'ହୁଇଲର'

    'ଆକାଶ' 'ପୃଥ୍ୱୀ' ଏକ ହୋଇ ।

 'ପୋଖରାନ୍' ମାଟି   ଗୁମୁରି କାଂଦୁଛି 

     ଅଣୁ ପରୀକ୍ଷାର ବାଟ ଚାହିଁ

ହୁଇଲର୍ ନୁହେଁ    କଲାମ୍ ଆଇଲ୍ୟାଣ୍ଡ

   ଖୋଜୁଛି ତୁମକୁ ରହିରହି ।3।

ସପନ ସଫଳ      କରାଇବାକୁ ତ

   ଚେଇଁବା କଥାକେ କହୁନାହିଁ

ରାଜଗାଦିଠାରୁ     ବୈଗ୍ୟାନିକ ବଡ

   କେହିତ ପ୍ରମାଣ ଦେଉନାହିଁ ।

ଦ୍ୱିତୀୟ ପାଳିର    ରାଜ୍ୟାଭିଷେକ

    ଏ ଦେଶ ତୁମର କରିନାହିଁ

ବାଟକାଟି କେଣେ    ଚାଲିଗଲ ତୁମେ

   ଆମ କଥା ମନେ ପଡୁନାହିଁ ?।4।

ରାମେଶ୍ୱରମ୍ ର      ରାମଚନ୍ଦ୍ର ହେ

    ରାମରାଜ୍ୟ ତୁମ ଆସିନାହିଁ

 ଦେଶ ଦଶ ଲାଗି     ଭାବି ନାଗରିକ

    ଗଢିବା କଥାକେ ଭାବୁନାହିଁ ।

ଯୁବ ଛାତ୍ରଂକୁ      ମାନବିକତାର

    ମହାଦୀକ୍ଷା କେହି ଦେଉନାହିଁ ।

ବାଟକାଟି କେଣେ    ଚାଲିଗଲ ତୁମେ

    ବସିଅଛୁ ତୁମ ବାଟ ଚାହିଁ ।5।

'ପଦ୍ମ' ପୁରସ୍କାର      'ଭାରତ ରତ୍ନ'

     ତାବିନୁ ସଂପଦ କିଛି ନାହିଁ

ଦେଶପ୍ରେମ ପାଇଁ    ସବୁ ତ୍ୟାଗକରି

    ଦିତୀୟ କର୍ଣ କେ ସାଜୁନାହିଁ ।

ସବୁଧର୍ମ ପାଇଁ       ସହନଶୀଳତା

    ମନ୍ତ୍ର ଆଉକେ ଦେଉନାହିଁ

 କେଣେ ଚାଲିଗଲ   ସବୁ ପଛ କରି

     ମହାନିଦ୍ରା ତୁମ ଭାଂଗୁନାହିଁ ? ।6।

ଏଦେଶ ମାଟିର       ଦ୍ୱିତୀୟ ମହାତ୍ମା

    ଆଉକେ ଜନମ ଲଭିନାହିଁ

ଦେଶପ୍ରେମ ବହ୍ନି       ସବୁରି ହୃଦରେ

    ତୁମପରି କେହି ଜାଳୁନାହିଁ ।

ବିଂଶୋତ୍ତର ବିଂଶ     ଭିଜନ ତୁମର

    ତଥାପି ସଫଳ ହୋଇନାହିଁ

ସଲାମ ଘେନହେ      ପୂଜ୍ୟ କଲାମ

    ଶପଥ କରୁଛୁ ସେଥିପାଇଁ ।7। 

         ବିଶ୍ୱେଶ୍ୱର ମାଝୀ


Rate this content
Log in

Similar oriya poem from Inspirational