Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୨୨

ବେସୁରା ଗୀତି-୭୨୨

1 min
6.4K


ବେସୁରା ଗୀତି-୭୨୨

 

ବରଷା ରାଣୀର ଭିଜା ପଣତରେ

ଭିଜି ଯାଇଛି ତା ଦେହ

ଭିଜୁଛି ଆକାଶ ଭିଜୁଛି ବତାସ

ଭିଜୁଛି ଆଖିରେ ଲୁହ  ॥

ଭିଜାଇଛି ଆଜି ସାରା ଜଗତକୁ

ଜଣକୁ ଛାଡିକି କିଆଁ

କି ଖୁସି ପାଉଛି ସିଏ ଏକା ଜାଣେ

ଛାତି ତଳେ ଜାଳି ନିଆଁ  ॥

ସାଧବ ବୋହୁର ନାଲିଆ ଓଢଣୀ

ଜକ ଜକ ହୋଇ ଦିଶେ

ଆଖିରେ ଆଖିରେ ରଙ୍ଗ ଭରି ଯାଏ

ଦୁନିଆଁ ରଙ୍ଗରେ ହସେ  ॥

ସବୁଜ ଶାଢୀରେ ସଜେଇ ହେଲାଣି

ଧରଣୀ ରାଣୀକୁ ଦେଖ

ସମସ୍ତେ ବିଭୋର ହେଉଛନ୍ତି ଦେଖି

ଇନ୍ଦ୍ରଧନୁର ରୂପ  ॥

ଏତେ ଖୁସିରେ ବି ଖୁସି ହେଉ ନାହିଁ

ଗୋଟିଏ ନୀରିହ ପ୍ରାଣ

ମନ ଖୋଲି ସେ କରିପାରୁ ନାହିଁ

ବର୍ଷାର ଆବାହନ  ॥


Rate this content
Log in