ଜୀବନ ଗୀତା-୧୭୧
ଜୀବନ ଗୀତା-୧୭୧
1 min
6.7K
ଜୀବନର ସୁରଭିିରେ
ସୁରଭିତ ଏ ଧରା
ଭଳିଭଳି ସାଜ ପିନ୍ଧି
ମେଲିଥାଏ ପସରା ॥୦॥
ଆକାଶରେ ଇନ୍ଦ୍ରଧନୁ
ସାତରଙ୍ଗେ ତୋରଣ ସଜାଇ
ପୃଥିବୀକୁ ଦେଉଥାଏ
କେତେବାଗେ ଶୁଭେଚ୍ଛା ଜଣାଇ
ଜୀବନ ଓଠରେ ଭରି
କେତେ ହସ ଫୁଆରା ॥୧॥
ସୂର୍ଯ୍ୟ ଚନ୍ଦ୍ର ଦେଉଥାନ୍ତି
ଦିନ ରାତି ଆଲୋକ ଅଜାଡି
ପବନ ପାନିଆ ଧରି
ମଥା ନିତି ଦିଅଇ ସଜାଡି
ସବୁଠୁଁ ସୁନ୍ଦର ଏଇ
ପୃଥିବୀ ଯେ ନିଆରା ॥୨॥