Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୧୪

ବେସୁରା ଗୀତି-୭୧୪

1 min
6.2K


ବର୍ଷା ଗୋ ତୁମେ ନିଦାଘକୁ କିଆଁ

ତଡି ଦେଲ ଥରେ କୁହ

ପୋଛି ପାରୁନାହଁ ଯଦି ଆଜି ତୁମେ

ବିରହୀ ଆଖିର ଲୁହ  ॥

ନିଦାଘ ରେ ଯେବେ ଜଳୁଥିଲା କେହି

ଜଳୁଥିଲା କା’ର ଦେହ

ଜଳି ଯାଉଥିଲା ହୃଦୟ କାହାର

ଉଠୁଥିଲା କାର କୋହ  ॥

ଜୀବନ ଯୁଦ୍ଧରେ ହାରି ଯାଏ କିଏ

ଖୋଜୁଥିଲା ତୁମ ଛୁଆଁ

କିଆଁ ତୁମେ ତାର ଛୁଇଁଲନି ଦେହ

ଜାଳିଲ ବିରହ ନିଆଁ  ॥

କାହିଁକି ଗୋ ତୁମେ ଏତେ ନିରିଦୟ

କି ଦୋଷ କଲା ସେ କୁହ

ତୁମରି ପରଶେ କେଉଁଥି ପାଇଁକି

ଥଣ୍ଡା ହେଲାନି ତା ଦେହ  ॥

କହୁଛି ଆଜି ଗୋ ତୁମକୁ ବରଷା

ଏବେ ବି ହୋଇନି ଡେରି

ଶୀତଳ କର ତା ଦେହ ମନ ପ୍ରାଣ

ତା ନହେଲେ ଯାଅ ଫେରି  ॥


Rate this content
Log in