Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tejaswini Goutami Madala

Others

2  

Tejaswini Goutami Madala

Others

ଫଟା କପାଳ

ଫଟା କପାଳ

1 min
7K


ଆହାରେ! ମୋ ଫଟା କପାଳ

ଯହିଁ ହାତ ଦିଏ, ସବୁ ନାଶ ହୁଏ

ସତେ କି ମୁଁ ଭସ୍ମାସୁର!

ଆହାରେ! ମୋ ଫଟା କପାଳ॥


କଷ୍ଟ କରି କରି କୃଷ୍ଣ ନ ପାଇଲି କାହିଁ

କୃଷ୍ଣ ହେ!

କେଉଁଠି ତୁମର ବାସ, କିରୂପେ ସ୍ଥିତି ତୁମର?

ଆହାରେ! ମୋ ଫଟା କପାଳ॥


ପରକୁ ସଜାଡ଼େ, ନିଜେ ହିଁ ଉଜୁଡ଼େ

ଏ କି ପରୋପକାରର ଫଳ?

ଆହାରେ! ମୋ ଫଟା କପାଳ॥


ଭଦ୍ର ହୋଇ ମୁହିଁ ହାରିଲି ମୋ ଗଡ଼

ଜିତିଗଲେ ଭଦ୍ର ଚୋର

ଆହାରେ! ମୋ ଫଟା କପାଳ॥


ଜାଣିଲି ଡେରିରେ, ଜୟ ହୁଏ କପଟୀର

ଆସ୍ଥାନ ନାହିଁ ସତ୍ୟର

ଆହାରେ! ମୋ ଫଟା କପାଳ॥


ତଥାପି - ବଞ୍ଚିଛି ଜିଗୀଷା

ଦିନେ ହେବି ମୁଁ ସଫଳ

ଫିଟିବ ଭାଗ୍ୟର ଦ୍ବାର

ଆହାରେ! ମୋ ଫଟା କପାଳ॥


(ତେଜସ୍ଵିନୀ, ରୟତି କଲୋନୀ, ରାୟଗଡ)


Rate this content
Log in

More oriya poem from Tejaswini Goutami Madala