Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Inspirational

3  

Sukanti Hotta

Inspirational

ଇଣ୍ଟରନେଟ

ଇଣ୍ଟରନେଟ

1 min
139


ଫେସବୁକ ନିଶା ଘାରିଥିଲା ଦିନେ

ମିଛ ଖାଲି କହୁଥିଲି

ଘରେ ହଟିହଟି ଜିଓ ଫୋନଟି

କିଣିକରି ଆଣିଥିଲି l


ସାଙ୍ଗସାଥୀ ମେଳେ ଫୋନକୁ ଧରି

ପାଠକୁ ଭୁଲିଥିଲି

ମାଆ ବାପାଠୁଁ ନିତିନିତି

ମାଡ଼ଗାଳି ଖାଉଥିଲି l


ଫେସବୁକର ସୁନ୍ଦରୀକି ଦେଖି

ଚାଟିଙ୍ଗ କରୁଥିଲି

ଜିଓ ଫୋନରେ ନିତିନିତି

କଥା ହେଉଥିଲି l


ଏକାନ୍ତରେ ଦିନେ ଭେଟିବା ପାଇଁ

ମନରେ ଭାବିଥିଲି

ଘରୁ ଲୁଚେଇ ପଇସା ଆଣି

ଉପହାର କିଣିଥିଲି l


ଉପହାର ଧରି ମନଖୁସିରେ

ସୁନ୍ଦରୀ ପାଖକୁ ଗଲି

ଅସଲ ରୁପକୁ ଦେଖିକରି ମୁଁ

ବେହୋସ ହୋଇଗଲି l


ମଧୁର ବଚନ ଲେଖୁଥିଲା ସିନା

କଥାଟା ଥିଲା କର୍କଶ

ଛୋଟ ଉପହାର ବୋଲି ଫିଙ୍ଗି ଚାଲିଗଲା

ମନ ହୋଇଥିଲା ନିରାଶ l


ଆଳୁ ଭିତରେ ସାରୁ ଅଛି ବୋଲି

ବୁଝି ପାରିନଥିଲି

ସାରା ଜୀବନ ଅନୁତାପ କରି

ବାହୁନି କାନ୍ଦିବି ଖାଲି l


ମନ ଦୁଃଖରେ ଘରକୁ ଯାଇ

ବଉ ପାଖେ କହିଥିଲି

ଜୀବନରେ ଆଉ ଭୁଲ କରିବିନି

ହାତ ଯୋଡି ଦେଇଥିଲି l


ଜ୍ଞାନର ଭଣ୍ଡାର ଅଟେ ଇଣ୍ଟରନେଟ

ସଭିଙ୍କୁ ବୁଝାଇ ଦେଲି

ସେବେଠାରୁ ମୁଁ ସୁନାପିଲା ହୋଇ

ଜ୍ଞାନୀରେ ଗଣତି ହେଲି l



Rate this content
Log in

Similar oriya poem from Inspirational