Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସମର୍ପଣ

ସମର୍ପଣ

1 min
6.6K


ରୋମାଣ୍ଟିକ କବି ମାୟାଧର ମାନସିଂହ


ଅହମିକା-ଜାଲୁ ମୁକ୍ତି ଲଭିବା ପାଇଁ,

ଅଜାଡ଼ି ନିଜରେ କାହା ପଦ ତଳେ

ଦେବି, ମୋ ଚିତ୍ତ ବାଇ ।

ଜଗଜ୍ଜନନୀ ଚରଣରେ ତେଣୁ

କରଇ ନମସ୍କାର ,

ଦେଇ ଉପହାର ଜଞ୍ଜାଳ ଜାଳ,

ରୁଗ୍ଣ ଅହଙ୍କାର ।

ଅଛି ଆଉ କିବା ଚରଣେ ବାଢିବା

ପାଇଁ ପୂଜା-ଅରପଣେ ?

ଅଞ୍ଜଳି ଭରି ଖାଲି ଅଛି ତୋଳି

ଫୁଲ ଅହମିକା-ବନେ ।

ତୋଷି ଆପଣାର ଶତ ତୃଷ୍ଣାର

ପିପାସୀ ବହ୍ନି ଶିଖା,

କରିଛି ନିଜରେ ଅଜ୍ଞତା ଭରେ

ମର୍ମ-ଦହନ ଚିତା ।

ଦଗ୍ଧ, ମଳିନ ଏ ହୃଦୟ ,ମନ

ଢାଳିଦେଲେ ପଦତଳେ,

ନବ ଜୀବନର କଅଁଳ ପତର

ଜାଗିବ ବା ପରଶରେ ।

ସବୁ ନିଃଶେଷ, ଅଛି ଖାଲି ଲେଶ

ଦିବ୍ୟ-ଜୀବନ-କଣା,

ସେହି ଆଜି ଖୋଜେ ଜନନୀରେ ତା' ର

ହୋଇ ବହୁ ବାଟ ବଣା ।


ସମାପ୍ତ


Rate this content
Log in

Similar oriya poem from Classics