Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

2  

Sadananda Sahoo

Inspirational

ଶୁଭ ଅବକାଶ କଵି ଦିବସ

ଶୁଭ ଅବକାଶ କଵି ଦିବସ

1 min
6.9K


କବିର ସମ୍ପଦ ସବଦ ସମ୍ଭାର

ଲେଖନୀ ପରଶ ମଣି ;

ହୃଦୟ କୁ ଯୋଡେ କାବ୍ୟିକ କୁହୁକେ

ଏ କବି କି ଜାଣିଛି ଗୁଣି !?

କବିର ଭାବନା ସବୁଠୁ ନିଆରା

କଵିପ୍ରାଣ ନୁହେଁ ଦୁଃଖି ;

କଵିତୋଳି ଧରେ ଲେଖନୀ ମୁନରେ

ଦୁଃଖ ସୁଖ ଚିତ୍ର ରାଜି !!

ସମାଜର ଛବି ଆଙ୍କିବାରେ କଵି

ହେଳା କେଵେ କରେ ନାହିଁ ;

ନିଜ ଦୁଃଖ କଥା କହେନି ଅନ୍ୟଥା

ଯାତନା ସେ ପାରେ ସହି !!

କବିର ନିଳୟ ଦୁଃଖର ବଳୟ

କଵି କିନ୍ତୁ ହସେ ସଦା ;

ଚନ୍ଦ୍ର ସୂର୍ଯ୍ୟ ତାରା କବିର ସାହାରା

ଏ କଵି ଟା ସମ୍ପର୍କେ ବନ୍ଧା;

ପ୍ରକୃତି ପ୍ରେମରେ କଵି ହଜିଯାଏ

ରମ୍ୟକାନ୍ତି ଦୃଶ୍ୟ ଦେଖି ;

ପାହାଡ ପର୍ବତ ନଦୀ ନାଳ ହ୍ରଦ

ସଭିଏଁ ସାଜନ୍ତି ସଖି !!

ନିଘଞ୍ଚ କାନନ ସାଗର ସମୁଦ୍ର

କବିର ପରାଣ ମୀତ ;

ସବୁଜ ବନାନୀ ରମ୍ୟ ବେଳାଭୂମି

କବିର ବାନ୍ଧବୀ ସତ !!

ସୁଦୀର୍ଘ ଭୂମି ଚାରୁ ମରୁଭୂମି

କବୀର ଲେଖନୀ ଫର୍ଦ୍ଦ;

ହୃଦୟର ସହିତ ଯୋଡେ ହୃଦୟକୁ

ପାଠକ ଟା ଝୁରେ ସତ୍ୟ !!

କବୀର ପ୍ରେମିକା ସ୍ମୃତି ଅନାମିକା

ସରଗର ଅପସରୀ ;

କଵିପ୍ରେମ କରେ ସପନ ନିଦରେ

ଲେଖନୀ ପରଶେ ଝୁରି !!

କାବ୍ୟକି କବିତା କବିର ବନୀତା

ସବୁଥିରେ ପ୍ରେମ ଛିଟା ;;

କବିଟା ଭାବୁକ ନୁହେଁସେ ପ୍ରେମୀକ

ତା'ପ୍ରେମେ ଥାଏ ଖଟା ମିଠା !!

ବାର୍ତ୍ତା ବହ ସାଜି ଲେଖେ ଆଖିବୁଜି

ସମାଜ କଷଣ ଗାଥା ;

ଶାଣିତ ଲେଖନୀ କାହାକୁ ଡରେନି

କଵି ପାଳେ ତା''ର ପ୍ରଥା !!

ହେ ପ୍ରିୟ ପାଠକେ ମୁଁ ଲେଖିଚି କୁହୁକେ

ତୁମରି ପ୍ରେରଣା ପାଇ;

ଏ କଵି ଦିବସେ ଶୁଭ ଆବକାଶେ

ହସି ହସାଇବା ପାଇଁ !!


ସଦାନନ୍ଦ ସାହୁ ;

ଧୁରୁଷୀଆ ; ଆଠଗଡ଼ ; କଟକ;

ଦୂରଭାଷ ସଂଖ୍ଯା -9777361178


Rate this content
Log in

Similar oriya poem from Inspirational