Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୪୩

ସନେଟ -୪୩

1 min
6.7K


ଆଳି ରାଜାଙ୍କ ବିୟୋଗେ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


କରୁଥିଲ କାଲି ଆଳି ! ଆଳୀ ସାଥେ କେଳି

କଟକ ମଧୁ ଉଦ୍ୟାନେ କୌତୁକେ ବିହରି ।।

ସହସା "ଫୋନେ" ଅଶୁଭ ବାରତା ଶୁଭିଲା

" ଆଳି ରାଜା ତେଜିଛନ୍ତି ଆଜି ଇହଲୀଳା " ।।

ଛାଇଲା ମାନସାକାଶେ ଶୋକ-ଘନସାର

କାଳ କୁଟିଳ ଗତିକି ସହସ୍ର ଧିକ୍କାର ।।

ସଂସାର-କଣ୍ଟକ କିଆବଣରେ ବଉଳି

ଚାହୁଁ ଚାହୁଁ ପୁଷ୍ପ ସମ ଗଲ ହେ ମଉଳି ।।

ବୁଡ଼ିଲା ଜୀବନ ତରୀ ତରୁଣ ବୟସେ

ବକ୍ଷେ କରତେ ସନ୍ତାପ-କରତ ରଭସେ ।।

ଭାସିଯାଇ ମୃତ୍ୟୁ-ସିନ୍ଧୁ କରାଳ ଊର୍ମ୍ମିରେ

ଭସାଇଛ ଆତ୍ମୀୟଙ୍କୁ ନୈରାଶ୍ୟ ସଲିଳେ ।।

ସ୍ୱର୍ଗତକୁ ଦିଅ ଠାବ ପ୍ରଭୁ ! ପାଦତଳେ

ଲଭୁ ସାନ୍ତ୍ୱନା ସଦ୍ଗତି ଲଭି କୃପା ତିଳେ ।।

ସମାପ୍ତ


Rate this content
Log in

Similar oriya poem from Classics