Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Romance

2  

Bhakta Malla

Romance

ମତେ ଛୁଁ

ମତେ ଛୁଁ

1 min
1.5K


[ ଏକ ]

ମତେ ଛୁଁ

" ମୁଁ " ତୁମ ପାଖେ ପାଖେ

ଘୁରୁ ଥିବା

ମହ ମହ ବାସୁ ଥିବା

ମୁକୁଳା ପବନ !

[ ଦୁଇ ]

ମତେ ଛୁଁ

" ମୁଁ " ତୁମ ଓଠ ଧାରେ

ଏ ଯାଏ ନିଭି ନ ଥିବା -

ଚିକ୍ ମିକ୍ କରୁଥିବା

ଆରକ୍ତ ଚୁମ୍ବନ !!

[ ତିନି ]

ମତେ ଛୁଁ

" ମୁଁ " ତୁମ ପାଖେ ପାଖେ ଥିବା,

ତୁମେ ଆଦୌ ଦେଖି ନ ଥିବା -

ହୃଦୟ ର ଶିହରଣ

ନିଶବ୍ଦ କମ୍ପନ !!!

[ ଚାରି ]

ତୁମ ପ୍ରଶ୍ବାସର -

ଏତେ ପାଖରେ " ମୁଁ "

ଅଥଚ ;

" ନା - ତୁମେ ଛୁଇଁ ପାରିଲ !!

" ନା - ଆଘ୍ରାଣ କଲ !!

" ନା - ଦେଲ ନିବିଡ ଆଲିଙ୍ଗନ !!!




ଭକ୍ତ ଚରଣ ମଲ୍ଲ

9th, Sept.2017.


Rate this content
Log in

Similar oriya poem from Romance