ସପନ ନାୟିକା
ସପନ ନାୟିକା
ଲେଖିଦେଲି ନାଁ ତୋର ମନ କାଗଜରେ
ହଜେଇଲି ନିଜକୁ ମୁଁ ପ୍ରେମର ସହରେ ।।
ଜ୍ୟୋତ୍ସ୍ନାର ରାତି ଥାଏ
ମିଛେ ଋଷି ବସେ ସିଏ,
ଲୁଚି ଲୁଚି ହସୁଥାଏ
ନିଆରା ଠାଣିରେ,
ମତୁଆଲା କରେ ତା'ର
ଚୋରା ଚାହାଣିରେ ।।
ସ୍ବପ୍ନ ପୁଣି ଭାଙ୍ଗିଯାଏ
ତାକୁ ପୁଣି ଖୋଜିହୁଏ,
ଜାଣେନା ମୁଁ କିଏ ସିଏ
ଯାହାକୁ ମୁଁ ଖୋଜୁଥାଏ,
ସେଇ ନିଝୁମ ରାତିରେ
ସେଇ ନିସ୍ତବ୍ଧ ପ୍ରହରେ ।।
ମାୟାବିନୀ ପରୀ ସେ ଯେ
ଉଡୁଥାଏ କେଉଁ ରାଇଜରେ,
ଦେଖାଦିଏ ଆସି ମୋତେ
ରାତିର ଅନ୍ଧାରେ,
ସେଇ ସପନ ଶେଯରେ
ସେଇ ଅଜଣା ବାଟରେ
ସେଇ ପ୍ରେମର ହାଟରେ ।।
ଲେଖିଦେଲି ନାଁ ତା'ର ମନ କାଗଜରେ
ଅଙ୍କିବି ମୁଁ ତା' ଛବି
ମନ ଚିତ୍ରପଟରେ... ।।