ଜୀବନ ଗୀତା- ୧୫୮
ଜୀବନ ଗୀତା- ୧୫୮
1 min
6.7K
ଜୀବନ ଗୀତା- ୧୫୮
ଜୀବନ ଯେଦିନ ପ୍ରେମର ଫାଶରେ
ପଡି ବନ୍ଦିହୁଏ
ସେଦିନ ନିଶ୍ଚୟ ହୃଦୟ ପାଖରେ
ବୁଦ୍ଧି ହାରିଯାଏ ॥୦॥
ଜୀବନର ବଂଧୁର ପଥରେ
ଲୋଡାହୁଏ ସାଥୀଟିଏ
ଯିଏ ତାର ହାତ ଧରି ପଥେ
ଅବିରତ ଚାଲୁଥାଏ
ଆସୁ ଝଡ ଭାଙ୍ଗୁ ନୀଡ
ତଥାପି ପ୍ରେମୀ ଯୁଗଳ ତ ପ୍ରେମରେ
ବାଟ ଚାଲୁଥାଏ ॥୧॥
ସଂପର୍କରେ ଶାନ୍ତି ବିରାଜିଲେ
ଜୀବନ ହୁଏ ମଧୁର
ପ୍ରେମରେ ଜୀବନ ହୋଇଥାଏ
ଅଧିକତର ସୁନ୍ଦର
ପଥସାରା କଣ୍ଟାଭରା
ତଥାପି ପ୍ରେମୀଙ୍କ ପାଦକୁ ଗୋଲାପ
ନିତି ଚୁମିଯାଏ ॥୨॥