Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dambarudhar Bag

Children Inspirational

4  

Dambarudhar Bag

Children Inspirational

ସେହି ମୋ ପ୍ରିୟ ଜନମ ଭୂଇଁ

ସେହି ମୋ ପ୍ରିୟ ଜନମ ଭୂଇଁ

2 mins
14K


ସେହି ମୋ ପ୍ରିୟ ଜନମ ଭୂଇଁ

*********************

ନୀଳ ପାରାବାର ପାଦ ପ୍ରକ୍ଷାଳି ଗାଉଥାଏ ଯା'ର ଗୀତ।

ହିମାଳୟ ଯା'ର ଶୁଭ୍ର ମୁକୁଟ ସେହି ମୋ ପ୍ରିୟ ଭାରତ।

କୋଣାରକ ଭଳି କେତେଯେ କୀରତି ବୁଝାଏ ଗହନ କଥା।

ମନ୍ତ୍ର ଶୁଭେ ଯା'ର ପ୍ରଭାତେ ପ୍ରଦୋଷେ ଶୁଭେ ବାଇବେଲ ଗୀତା ।

ଯେଉଁ ଦେଶ ମାଟି ପାଣି ପବନେ ଗଢା ଆମ ଏହି ଦେହ।

ସେହି ମୋର ପ୍ରିୟ ଭାରତ ଭୂଇଁ ସଂସାରେ ଆଉ କେ ନୁହଁ।

ଏ ଦେଶ ସନ୍ତାନ ଏ ଦେଶ ଶିଶୁ ଆମେରେ ଏ ଦେଶ ସେନା।

ଝଡ ଝଞ୍ଜା ଯେତେ ଆସୁ ଜୀବନେ ଉଡାଇବୁ ତା'ର ବାନା।

ଏ ଦେଶର ସେହି ପୁଣ୍ୟ ବୁକୁରେ ଆମେ ପୁଷ୍ପ ପ୍ରସ୍ଫୁଟିତ ।

ମଧୁର ସୁରଭି ଦିଗେ ଛୁଟାଇ ମୁଗ୍ଧ କରିବୁ ଜଗତ ।

ଆମ ଏ ଦେଶର ମରୁ ପ୍ରାନ୍ତରେ ଅମୃତର ବାରିଧାରା ।

ଭରି ଦେବୁ ପ୍ରାଣ ନବ ପୁଲକେ ହସିବ ଏ ପୁଣ୍ୟ ଧରା।

ଆମେରେ ଆଲୋକ ଆମେ ବିଦ୍ୟୁତ ଆମେରେ ପବିତ୍ର ବହ୍ନି ।

ତିମିରେ କରିବୁ ଉଜ୍ଜ୍ବଳ ଆମେ ଛାଡିବୁ ବିଜୟ ଧ୍ବନି ।

ଯେଉଁ ଦେଶର ସେ ପୁଣ୍ୟ ବୁକୁରେ ଜନ୍ମିଥିଲେ ମହାଋଷି ।

ଅହଲ୍ୟା ସାବିତ୍ରୀ ସୀତା ଦ୍ରୌପଦୀ ଜନ୍ମ ଲଭିଥିଲେ ଆସି ।

ସେହି ମୋ ପ୍ରିୟ ଭାରତ ଭୂଇଁର ଆମେ ଅଗଣିତ ଶିଶୁ ।

ସେବା କରିବା ଭାରତ ମାଆର ଝଡ଼ଝଞ୍ଜା ଯେତେ ଆସୁ।

ବାଜି ରାଉତ ଧରମାର ଦେଶ ଏ ପୁଣ୍ୟ ଭୁମି ଭାରତ।

ପ୍ରାଣ ଦେବୁ ପଛେ ଡରିବୁ ନାହିଁ ଯୁଦ୍ଧରେ ରହିବୁ ରତ।

ନୀଳ ଗଗନର ବିହଙ୍ଗ ଆମେ ଆମେରେ ପୁରା ସ୍ବାଧୀନ ।

ସେବା କରୁଥିବୁ ଜନମ ଜନ୍ମ ଦେଇ ଆମ ମନ ପ୍ରାଣ ।

ଜନ୍ମିଥିଲେ ଯେଉଁ ଦେଶରେ ଗାନ୍ଧୀ ଶାସ୍ତ୍ରୀ ନେହେରୁ ସୁବାଷ।

ବିଶ୍ବବ୍ରହ୍ମାଣ୍ଡରେ କେଉଁଠି ନୁହଁଇ ମୋ ପ୍ରିୟ ଭାରତ ଦେଶ।

ପରାଧୀନ ଥିଲା ଦିନେ ଏ ଦେଶ ଭୋଗୁଥିଲା ନାନା କଷ୍ଟ ।

ଜୟୀରାଜଗୁରୁ ବୀର ସୁରେନ୍ଦ୍ର ଖୋଲିଲେ ସ୍ବାଧୀନ ବାଟ।

ଦେଶ ପାଇଁ ସିଏ ସହୀଦ ହେଲେ ରଖିଗଲେ ତାଙ୍କ ନାମ।

ସେହି ଦେଶ ମାଁ'ର ଯତନ ପାଇଁ ରହିଅଛି କେତେ କାମ।

ସେହି ମୋର ପ୍ରିୟ ଜନମ ଭୂଇଁ ଡାକୁଅଛି ହାତ ଠାରି ।

ହେବାନି କେବେ ଅଳସୁଆ ଆମେ ଚାଲୁଥିବା ହାତ ଧରି।

*****************

ଶ୍ରୀ ଡମ୍ବରୁଧର ବାଗ

ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି

ଫୋନ ନମ୍ବର 917725764


Rate this content
Log in