ପଥ
ପଥ
ଜୀବନ ଯେ ଦେଲା ପଥ ହିଁ ବାଛିଲା ଜୀବ ପାଇଁ ଦ୍ବେତ ଭାବେ
ପ୍ରଥମଟି ସତ ଅନ୍ୟଟି ଅସତ ବାଛୁ ଜୀବ ସ୍ଵାବଲମ୍ବେ ।
ତା ବିଚାର କଳି ପାରିବାର ଭଳି ସାମର୍ଥବାନ କେ' ଭବେ
ସେଇ ବିଭୁ ଧାରା ଭାବ ମଧୁଝରା ଜାଣିବା, ଇଚ୍ଛିତ ସର୍ବେ ।
ମାନବ ଜୀବନ ଗଢି ସେ ମହାନ ସ୍ଵାଧିନ ବିଚାର ପାଇଁ
ଦେଲା ଦୁଇ ପଥ ବାଛୁ ଯେ ଯେମନ୍ତ ତା ପାଇଁ ସେ' ନୁହେଁ ଦାୟୀ ।
ଏକ ପଥ କଲା ନିରସ ନିରୋଳା ଜୀବ ଠୁଁ ପରମ ଯାଏ
ଆରେକ କରିଛି ମଦମସ୍ତି ସିଞ୍ଚି ଜୀବ ଖାଲି ଜନ୍ମ ଧ୍ୟାୟେ ।
ମାନବେ ବିଚାର ଦେଇ କଲା ଦୂର ତାର ବିଭୁ ସତ୍ତା ଠାରୁ
ସ୍ଵୟଂ ହିଁ ମାନବ ବିଚାର କରିବ, ବିଚାରି ଯେ ପଥ ଧରୁ ।
ଜୀବ ପରମର ମିଳନ ସମ୍ଭାର ଜୀବନର ଶେଷ ଗତି
ବାଛ ଜୀବ ପଥ ଦେଖାଇ ନିୟତ୍ତ କରମର କରାମତି ।