Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance

4.9  

ପ୍ରଶାନ୍ତ କୁମାର ବେହେରା

Romance

ମୁଗ୍ଧ ଅନୁଭବ

ମୁଗ୍ଧ ଅନୁଭବ

1 min
1.5K



ତମ ଭରା ଯଉବନ

କେବେକେବେ ଲାଗେ

ଉଜାଣି ନଈର ଧାର

ପୁଣି କେବେ ଦେଖାଦିଅ

ମନୋମୁଗ୍ଧକର ସେଇ

ଦୂର ଦୀଗବଳୟର

ଧାରେ ଧାରେ

ମେଘୁଆ ଆକାଶର

ଇନ୍ଦ୍ରଧନୁର ରୂପରେ l


ତମେ ଦେଖାଦିଅ

ଅନନ୍ୟା ସୁନ୍ଦରୀ ରୂପରେ

ସେଇ ହଳଦୀ ମଖା ଦେହେ

ହାତରେ ତମର

ସୁଶୋଭିତ ମେହେନ୍ଦିର ଗାର

ପାଦରେ ପାଉଁଜି ଓ ଝୁଣ୍ଟିଆ

ସହ ନାଲି ଅଳତାର ଧାର

ଓଷ୍ଠରେ ଲିପଷ୍ଟିକ୍ ଆଉ

ମୁଣ୍ତରେ ବଉଳ ଫୁଲର

ମୋଟା ଗଜରା ମାଳ l


ତମର ସେଇ ଲାଜ ଲାଜ ଭାବ

ମୋହାବିଷ୍ଟ ଖିଲିଖିଲି ହସ

ଛମ୍ ଛମ୍ ପାଉଁଜିର ଶବ୍ଦ

ସତ କୁହତ ?

ସୌନ୍ଦର୍ଯ୍ୟରେ ଭର୍ ପୁର୍

ଏସବୁ ପରୀ ଅପସରାର

ମୋହାଚ୍ଛନ୍ନ ଅଭିସାରିକା ବେଶ

କେବଳ କଣ ଉଦ୍ଦିଷ୍ଟ

ମୋ ଭିତରେ ଭରିଦେବାକୁ

ସେଇ ସବୁ ମୁଗ୍ଧ ଅନୁଭବ ?


***********-********************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in