Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୟ ଯବାନ

ଜୟ ଯଵାନ
ଜୟ ଯବାନ ଜୟ ଯଵାନ
★★★★★

© Susama Lenka

Others

1 Minutes   13.1K    4


Content Ranking

ଉଣେଇଶ ଷଡ଼ ଚାଳିଶି ମସିହା

ଅଗଷ୍ଟ ପନ୍ଦର ଦିନ,

ସମସ୍ତେ ସେଦିନ ଖୁସି ମନାଇଲେ

ହୋଇଲା ଦେଶ ସ୍ୱାଧୀନ ା

ଦେଶ ମାତୃକାର ସ୍ୱାଧୀନତା ପାଇଁ

କେତେ ପ୍ରାଣବଳି ଦେଲେ, 

ବୀର ପଣେ ଲଢି ଦେଶ ପାଇଁ ସିଏ

ଯଶ କୀର୍ତ୍ତି ରଖିଗଲେ ା

ଦେଶର ସେମାନେ ଅମର ଶହିଦ

ଦେଉ ଆମେ  ଶ୍ରଧାଞ୍ଜଳି,

କେବେ ଭୁଲିବାନି ତାଙ୍କ ବଳିଦାନ

କରୁଛି ଏତିକି ଅଳି ା

ଶତ୍ରୁ ଦେଶ ଏବେ ଧମକ ଦେଲାଣି

ଯୁଦ୍ଧ କରିବାକୁ ବୋଲି,

ଡରିବାନି ଆମେ ଭାରତୀୟ ବୀର

ଦେବା ତାଙ୍କୁ ଶେଷ କରି ା

ହିମାଳୟ ଠାରୁ କନ୍ୟା କୁମାରୀ

ପୂର୍ବରୁ ପଶ୍ଚିମ ଯାଏ,

ଭାରତର ଦକ୍ଷ ଶୂରବୀର ମାନେ

ଜଗିଛନ୍ତି ଠାଏ ଠାଏ ା

ଜଳ ସ୍ଥଳ ସେନା ଜାଗ୍ରତ ପ୍ରହରୀ

କରୁଛନ୍ତି ଦେଶ ରକ୍ଷା,

ଆକାଶ ମାର୍ଗରୁ ବାୟୁସେନାଦଳ

କରନ୍ତି ଆମ ସୁରକ୍ଷା ା

ପର୍ବତ ଶିଖରେ ବରଫ ଭିତରେ

ବହୁକଷ୍ଟ ବାଧାସହି,

ବାହ୍ୟ ଶତ୍ରୁଠାରୁ ରକ୍ଷା କରନ୍ତି ସେ

ଜୀବନକୁ ବଳି ଦେଇ,

ସେମାନଙ୍କୁ ମୁହିଁ କରୁଛି ସଲାମ୍

ଭକ୍ତିପୂତ ଶ୍ରଦ୍ଧା ଦେଇ,

ତାଙ୍କ ପାଇଁ ଆମେ ରହୁ ନିର୍ଭୀକରେ

ତାଙ୍କ ସରି ନୁହେଁ କେହି ା

 

ଦେଶଭକ୍ତି

Rate the content


Originality
Flow
Language
Cover design

Comments

Post


Some text some message..