Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Others

5.0  

BISWESWAR MAJHI

Others

ମହାଳୟା

ମହାଳୟା

1 min
6.9K


ଇନ୍ଦୁ ପୂର୍ଣ୍ଣମୀ ପରେ ପିତୃପକ୍ଷ ସନାତନ ଧର୍ମ ପାଳେ

ମହାଳୟା ଠାରେ ସମାପିତ ହୁଏ ଫୁଲରି ଓଷା ସକଳେ ।

ପିତୃଗଣଂକୁ ପିଣ୍ଡଦାନ ଲାଗି ପକ୍ଷ ଟିଏ ଅପେକ୍ଷି

ସାତ ପରିବା'ର ଘାଂଟ ତରକାରୀ ସପ୍ତ ପୁରୁଷେ ପରଶି ।

ନବରାତ୍ର ହୁଏ ଆରମ୍ଭ ତାପରେ ଦେବୀଂକର ଆରାଧନା

ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢା ହୋଇ ରଂଗ ପାଇଁ ତନାଘନା ।

ପୀଠ ଦେବୀଙ୍କର ବେଶ ହୁଏ ଦଶ ମହାବିଦ୍ୟା ପରିଗଣି

କୁମାରୀ କନ୍ୟାକୁ ପୂଜନର ବିଧି ଗୌରୀ ମାତା ପରମାଣି।

ଶୈଳପୁତ୍ରୀ ବ୍ରହ୍ମଚାରିଣୀ କୁଷ୍ମାଣ୍ଡା ଚନ୍ଦ୍ରଘଣ୍ଟା ସ୍କନ୍ଦମାତା

କାତ୍ୟାୟନୀ କାଳରାତ୍ରୀ ମହାଗୌରୀ ପୁନଃ ମାତା ସିଦ୍ଧିଦାତା (ସିଦ୍ଧିଦାତ୍ରୀ) ।

ପରଂପରା ଆମ ଶିକ୍ଷା ଦେଇଛି ନାରୀକୁ ସମ୍ମାନ ଦେବା

ନାରୀ ସମ୍ମାନିତ ହେଲେ ସମାଜରେ ମଥାତୋଳି ଛିଡାହେବା।

ନାରୀ ଯହିଁ ପୂଜା ପାଏ ତହିଁ ବିରାଜନ୍ତି ଦେବଗଣ

ନାରାୟଣୀ କିଛି ଆନ ନୁହେଁ ସେତ ନାରୀ ରୂପେ ନାରାୟଣ ।


‌ବିଶ୍ୱେଶ୍ୱର ମାଝୀ


Rate this content
Log in