Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Fantasy Abstract

4.8  

Bauribandhu Lenka

Fantasy Abstract

ତୁମେ ଚାଲିଗଲା ପରେ

ତୁମେ ଚାଲିଗଲା ପରେ

1 min
7K


(1)

ସପନରେ ଆସିଥିଲ ତୁମେ

ଦେଖିଲି ତୁମକୁ ,

ମୋର ସବୁ ଅସୁବିଧା ଦେଖି

ତୁମେ ମୋତେ ଡାକୁଥିଲ

ଯିବାପାଇଁ ତୁମ ନିକଟକୁ II

ତୁମକୁ ଦେଖି ମୋ ମନ

ଖୁସି ହୋଇଗଲା,

ଧଳା ଶାଢୀ ପିନ୍ଧିଥିଲ ତୁମେ

କରିଥିଲ କେଶକୁ ମୁକୁଳା,

ଆଉ ତୁମ ମଥାରେ

ସେ ସିନ୍ଦୁର ଟୋପାଟା

ମୋ ମୁହଁକୁ ଚାହିଁ ରହଥିଲା II

ତା ଚାହିଁବା କାରଣଟା

ମୁଁ ଠିକ୍ ବୁଝି ପାରିଥିଲି,

ରାଗ ଅଭିମାନେ 

ଟିକେ କଣ କହିଦେଲେ,

ଏକୁଟିଆ ମୋତେ ଛାଡି 

ଚାଲିଯିବ ବୋଲି

ଜାଣି ମୁଁ ନଥିଲି II

ହଁ ତୁମେ ପରା କହୁଥିଲ

ଆମ ଏ ବନ୍ଧନ 

ନୁହେଁ ଦିନେ ଦିଦିନର,

ଏ ଜନ୍ମ ଜନ୍ମାନ୍ତର ପାଇଁ

ପୁରା ସାତ ଜନମର II

(2)

ତୁମେ ଗଲା ପରେ 

ଏଠି ଫଗୁଣ ଆସିନି,

ଶୀତ ପରେ ବୃକ୍ଷ ସବୁ 

ପତ୍ର ଝଡା ଦେଲାପରେ

ଆଉ ନୂଆ ପତ୍ର କଅଁଳିନି II

ଏଠି ଖାଲି ନିଦାଘର 

ଟାଇଁ ଟାଇଁ ଖରା,

ଭିଜିନାହିଁ ମାଟି ଏଠି 

ଚାରିଆଡେ ଦିଶେ ମରା ମରା II

ଡାକୁଛ ଯେହେତୁ 

ନିଶ୍ଚୟ ତ ଯିବି ମୁହିଁ,

ହେଲେ ଏବେ ମୋ ଅବସ୍ଥା 

ଦେଖୁଛ ତ ତମେ

ତୁମ ସଙ୍ଗେ ଚାଲି ଚାଲି ଯିବାକୁ 

ମୋ ବଳ ପାଉନାହିଁ II

ଯିବି ମୁଁ ଏ ଜୀବନ ଯାତ୍ରା 

ସରିଗଲା ପରେ

କୋକେଇ ଉପରେ 

ଶୋଇ ଶୋଇ,

କାନ୍ଧେ ବୋହି ନେଉଥିବେ 

ମୋ ବନ୍ଧୁ ବାନ୍ଧବେ

ଚାଲି ଚାଲି ବଡଦାଣ୍ଡେ 

‘ରାମ ନାମ ସତ୍ୟ’ ବୋଲି 

ତୁଣ୍ଡେ କହି କହି II

****


Rate this content
Log in

Similar oriya poem from Fantasy