Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purna chandra Rana

Others

2  

Purna chandra Rana

Others

ମନ ଚଢେଇ

ମନ ଚଢେଇ

1 min
346


ମୋ ମନର ଏଇ ଟିକି ଚଢେଇଟା

ଉଡୁଥିଲା ଆକାଶରେ ,

ଉଡି ଉଡି ସିଏ ଖୋଜି ବୁଲୁଥିଲା

ମନ ପକ୍ଷୀ ସନ୍ଧାନରେ l୧

କିଏ ହେବ ତାର ମନର ମଣିଷ

ଖୋଜି ହେଉଥିଲା ତାକୁ,

ପାଇଲେ ସେ ପୁଣି ଗଢିବ ତ ବସା

ନିଜର କରିବ ତାକୁ l୨

ଧାଇଁଗଲା ଦିନେ ପୂରୁବ ଦିଶାକୁ

ପାଇଲା ନାହିଁ ସେ ସାଥି,

ପଶ୍ଚିମ ଦିଶାରେ ଲୁଚି ରହିଥିଲା

ତାହାର ଜୀବନ ସାଥି l୩

ମନ ପକ୍ଷୀ ସାଥେ ଉଡି ବୁଲୁଥିଲା

ଗଛରୁ ଡାଳ ପତର,

ଖୁସି ରହୁଥିଲା ମନ ଚଢେଇଟା

ଯେମିତି ସ୍ନେହ ସାଗର l୪


ଗୀତାରାଣୀ ରଣା

ହାଟସିଂହାପୁର, ଯାଜପୁର


Rate this content
Log in