ପିତା ହିଁ ପୂଜା
ପିତା ହିଁ ପୂଜା
ପିତା-ସ୍ୱର୍ଗ ପିତା-ଧର୍ମ
ପିତା... ହିଁ.... କର୍ମ...
ପିତା ବିନା ଘର ଲାଗେ,
ଅନାଥ ଆଶ୍ରମ ।
ପିତା ଦୁଇ ଅକ୍ଷର,
ଶିଶୁ ପାଇଁ ସାହାରା ସିଏ,
ଜୀବନ ଶକ୍ତି, ଆଉ ସମ୍ବଳର,
ଅଟନ୍ତି ଗନ୍ତାଘର ।
ପିତା ପାଳନ, ପୋଷଣ, ଅନୁଶାସନର
କଠୋର ଶାସନ ତାଙ୍କ,
ହୃଦୟ କୋମଳ,
ମେରୁଦଣ୍ଡ ପୁଣି ପରିବାରର ।
ପିତା ଅବ୍ୟକ୍ତ ଆସକ୍ତି ସନ୍ତାନର
ସ୍ୱପ୍ନ ପୁଣି-ଖେଳଣା ସବୁ ବଜାରର
ମାଆ ପାଇଁ ଶଙ୍ଖା ସିଏ,
ମଥାର ସିନ୍ଦୂର... !!!
ପିତା କବଚ ସୁରକ୍ଷାର,
ବିଜୟ ଧ୍ବଜା ସନ୍ତାନର,
ଧମନୀ ରେ ଧାବମାନ,
ରକ୍ତ ସନ୍ତାନର.... ।
ପିତା ଛତ୍ର ଘରର...
ସାହାରା ପରିବାରର,
ନିହାଁଣ, ବାରିସୀ ସିଏ
ସୃଷ୍ଟି କାର୍ତ୍ତାଙ୍କର..... !
ଭାଗ୍ୟବାନ ସିଏ--ଶିରେ ଯାହାର,
ହାତ ଅଛି ପିତାଙ୍କର ।
ଭାଗ୍ୟହୀନ କହିବା ତାହାଙ୍କୁ,
ପିତା ଛେଉଣ୍ଡ-ଥିଲେ ତା ଘର ।
ପିତା ପ୍ରତି ସମ୍ମାନ ଆମର,
ପୂଜା ଭଗବାନ ଙ୍କର ।
ହଜାରେ ବ୍ରତ-ତୀର୍ଥ ହୁଏ ବେକାର,
ଅସମ୍ମାନ କଲେ ପିତା ଙ୍କର ।
ସୁଜାତ