Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Others

5.0  

Ranjan Kumar Brahma

Others

ଦିନଚର୍ଯ୍ୟା

ଦିନଚର୍ଯ୍ୟା

1 min
6.3K


ଦିନଚର୍ଯ୍ୟା
      ରଞ୍ଜନ କୁମାର ବ୍ରହ୍ମା,  
      ଶିକ୍ଷକ, ସି ଆର ସି ସି
 
ସକାଳୁ ଉଠି ରୁଦ୍ରରୂପା
ତା' ମୁହଁ କୁ କଲା ସଫା ।
 
ବଦଳାଇ ଲୁଗା ପାଲଟା
ଖାଇଲା ଗରମ ପରଟା ।
 
ଫିଟେଇଲା ବହି ବସ୍ତାନି
ଗଣିତେ ମନ ଦେଲା ପୁଣି ।
 
ବାଜିଲା ଘଡିରେ ଆଠଟା 
ଗାଧୋଇଲା ସାରା ଦେହଟା ।
 
ପିନ୍ଧିଣ ସ୍କୁଲ ର ପୋଷାକ
ଖାଇଲା ଗରମ ଗଣ୍ଡାକ ।
 
ଚଳିଲା ସ୍କୁଲ ତତ୍ କ୍ଷଣ
ପାଠ ପଢ଼ରେ ଦେଲା ମନ ।
 
ସାଙ୍ଗ ସାଥିଙ୍କ ଗହଣରେ
ପଢିଲା ଖେଳିଲା ଖୁସିରେ ।
 
ଅପରାହଣେ ଗୃହେ ଫେରି
ବ୍ୟାଗ ପୋଷାକ ସେ ଉତାରି ।
 
ହାତ ଗୋଡ଼ ମୁହଁ ଧୋଇ
ମାମା ଦେବା ଖାଦ୍ୟ ଖାଇ ।
 
ସ୍କୁଲରେ ଯାହା ଘଟିଥିଲା
ମମାଙ୍କ ଆଗେ ବଖଣିଲା ।
 
ତା' ସାଇକଲ ଟି ଧରିଲା
ସାଙ୍ଗ ସାଥି  ମେଳେ ବୁଲିଲା ।
 
ସନ୍ଧ୍ୟାରେ ଗୋଡ ହାତ ଧୋଇ
ଦିଅଁକୁ ପ୍ରାର୍ଥନା କରଇ  ।
 
ତା ' ଘର କାମ ସାରି ଖାଏ
ନ' ଟାରେ ଟି ଭି ଦେଖି ଶୋଏ ।
 
ଏମିତି ପ୍ରକାରରେ ରୁପା
କରଇ ତା'ର ଦିନଚର୍ଯ୍ୟା ।
 
ତୁମର କେମିତି ଯେ କୁହ
ଭଣିବ ଏହି ବ୍ରହ୍ମା ପୁଅ ।
     ********
 


Rate this content
Log in