ଶେଷ ଇଛା
ଶେଷ ଇଛା
ମନେ ଅଛି
ଏମିତି ଖରାଦିନ ଅଦିନିଆ ବରଷାରେ
ସେ ଅଣଓଷାରି ମାଟି ରାସ୍ତାରେ
ଅନେକ ଥର ଲୁଚି ଲୁଚି
ତୁମ ସହ ଭିଜିଛି
କାଦୁଅରେ ଗୋଡ ଖସି ଯିବ ବୋଲି
ତୁମ ହାତ ଧରି ଥିରି ଥିରି ଚାଲିଛି
ଗୋଟିପଣେ ଓଦା ହୋଇ
ଘରକୁ ଫେରିଲା ପରେ ବୋଉ ଗାଳିକୁ
ଅଦା ପକା ନାଲି ଚା ପରି ଢକ୍ ଢକ୍ ପିଇଛି
ଆଉ ଦୂରରୁ ତୁମ ଦୁଷ୍ଟାମି ହସକୁ ଦେଖି
ଚୁପ୍ ରହିଛି,,
ସତରେ ଏବେବି ବି ଏ ଅଦିନିଆ ବରଷାରେ
ତୁମ ସହ
ଇଛା ହୁଏ ଭିଜିବାକୁ
ବୋଉ ଗାଳି ଖାଇବାକୁ
କିନ୍ତୁ ତୁମେ କୁହ
ଓଦା ହୁଅନି,,,ଦେହ ଖରାପ ହୋଇ ଯିବ ,,,
ନାହିଁ ସିନା ସେ ପୁରୁଣା କଥା
ସେ ଅଣ ଓସାରି ମାଟି ରାସ୍ତା
କିନ୍ତୁ ଏ ବର୍ଷା ତ ଅଛି
ତୁମେ ଅଛ,,ମୁଁ ଅଛି
ଆଉ ଅଛି ସେଇ ରାସ୍ତା ଅଛି
ତୁମ ସହ ଥରୁଟିଏ ଭିଜିବାର,,,,
ଜୀବନର ଶେଷ ଇଛା,,,,।
ରନିତା