Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Romance

2  

gouranga charan beura

Romance

ମନ ମଇନା

ମନ ମଇନା

1 min
6.7K


ଯୈାବନ ଜୁଆରେ କାତ ପାଉନାହିଁ

ମାନସୀ ଗୋ ମଦାଳସୀ,

କାମନା ଢେଉରେ ଆହୁଲା ନ ଚାଲେ

ପ୍ରୀୟତମା ମୋ ଷୋଢଶୀ ॥

ଶୃଂଗାର ରସରେ ତନୁ ସଜାଇଛ

ଅନ୍ଧକାରେ ପୂର୍ଣ୍ଣଇନ୍ଦୁ,

ଗୋଧୂଳୀ ଲଗନେ ଇନ୍ଦ୍ରଧନୂ ତୁମେ

ସରସୀ ମୋ ପ୍ରାଣବିନ୍ଦୁ ॥

ବିଛାଇ ଦେଇଛ କୁଂଚିତ ଗଜରା

ନୟନରେ କାମଶର,

ଭୃଲତା ନିନ୍ଦଇ ନଭ ବାଳଇନ୍ଦୁ

ଗ୍ରୀବା ଦିଶେ ମନୋହର ॥

ଗୋଲାପୀ ଅଧରେ ମଧୁ ଭରିଅଛ

ଭ୍ରମର ହୁଏ ପାଗଳ,

ଚିବୁକ ଜାଇରେ ରୂପ ନିଖାରିଛ

ମୁଖଶ୍ରୀ କରି ଉଜ୍ଜଳ ॥

କଦମ୍ବ ଫୁଟିଛି ବକ୍ଷ ଯୁଗଳରେ

ନାଭିଚକ୍ରରେ ପିପାସା,

ନିତମ୍ବ ଗାଉଛି ପ୍ରେମର ରାଗିଣୀ

ସତେ ଅବା ମୃଗତୃଷ୍ଣା ॥

ଚାଲିରୁ ଝରଇ ସଦ୍ୟ ମଲ୍ଲୀଫୁଲ

ଅଂଗରୁ ଚହଟେ ବାସ,

ପୀରତି ଫରୁଆ ଭିଜେ ମୈାସୁମୀରେ

ସତେ କି ବାସର ମାସ ॥

ପୀରତି ପଲଂକେ ମହୁରୀ ବଜାଇ

କରୁଅଛ ଆନମନା,

ଝୁରେ ମୋ ପୀରତି ଝୁରୁଛି ମୁଁ ନିତି

ତୁମେ ମୋ ମନ ମଇନା ॥

-----ଗୈାରାଂଗ ଚରଣ ବେଉରା------

----ଶିକ୍ଷକ କୁଲିଆମାଲ ଉଚ୍ଚ ବିଦ୍ୟାଳୟ----


Rate this content
Log in

Similar oriya poem from Romance