Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mishra

Others

2  

Manorama Mishra

Others

ମୁଁ କେବଳ ମା'

ମୁଁ କେବଳ ମା'

2 mins
6.6K



ପିଲା ହଜାଇ ଥିବା ମା' ମୁଁ

ହେଲେ-----

ବୟସ ଓଦା କାଂଥର ଓଳିତଳେ

ଝୁଲୁଛି ---,

ଉଦାସ ଅପରାହ୍ନ ପରି ଅପେକ୍ଷା କରିଛି----,


କେତେ ବିଶ୍ବାସ ରକ୍ତ ରେ ଲହଡି ଭାଙ୍ଗୁଛି ---

ଆଜି ଫେରି ଆସିବ କି

ମୁଁ ଗଢି ଥିବା ମୋ ଆକାଶ ,


ମୋଟା ବହଳା କାଚର

ପରଦା ତଳେ

ଶେଷ ନ ହେଉ ମୋ ଅପେକ୍ଷା,

ପ୍ରସବିତ ଆତ୍ମୀୟ ମୋର

ସବୁ କଷ୍ଟ କୁ ଅନ୍ତକରି ଫେରିଆସୁ

ଥରକ ପାଇଁ ହେଲେ ବି --

ପ୍ରଜ୍ବଳିତ ହେଉ

ଲିଭି ଆସୁଥିବା ଆୟୁଷ ର ଦୀପ

ସବୁ ଅନ୍ଧକାର କୁ ପଛ କରି ,


ମୁହିଁ ତ ମା ' ଧରିତ୍ରୀ ପରି ଉଦାର,

ଭଙ୍ଗା କାଂଥର ଛପରା ନଥିବା ଚାଳରେ ---

ଶେଷ ନଥିବା ଅପେକ୍ଷା ମୋର

କୋଳେଇ ନେବା କୁ

ଘର ଭୁଲି ଚାଲିଯାଇଥିବା

ମୋ ସନ୍ତାନ କୁ ,


ଅଭ୍ୟାସ ରେ ବସ ହୋଇ

ପକ୍ଷୀ ମାନେ ତ ଫେରନ୍ତି ନୀଡକୁ

ଘର ବାହୁଡା ମନଟିଏ ନେଇ

ସଂଜବେଳେ ଗୋରୁ ଗାଇ

ଫେରନ୍ତି ଗୋଠରୁ

ଗୁହାଳେ ରହିବା ପାଇଁ ,


ହେଲେ ମୋ ଧନ କଣ

ଫେରିବନାହିଁ ବିଦେଶ ରୁ ???


ମୁଁ ମା' ----

ବିଶ୍ଵାସ ର ମର୍ହାଦ୍ଧ,

ବିଶ୍ଵାସ ର ମହାନତା ରେ

ସେ ଫେରିବ ,

ଏଇଠି ତା ଷଠି ଘର

ଏଇ ତା ମା' କୋଳ

ଛାତି ଚିରି ଦେଇ ଥିଲି ଅମୃତ

କଢିରୁ କାଦମ୍ବରୀ କରି ,


ପରି ତୃପ୍ତିର ଉଜ୍ଜାସରେ

ପୁରିଉଠେ ଏକ ଲାଂଛିତ ଅବହେଳିତ ମା' ର ଶୂନ୍ୟସ୍ଥାନ ,


ସେତ କେବଳ ମା'

ବିଶ୍ଵାସ ର ଏକ ଦୀପ ଶିଖା

ସନ୍ତାନ ମଂଗଳ ପାଇଁ ଯିଏ

ଜଳି ପାରେ ଅହରହ ,

ତେଣୁ ପଣତ କୁ ଲଂବାଇ

ଅପେକ୍ଷା ତାର ----

ମାତୃତ୍ବ ର ପୁର୍ଣ୍ଣ୍ୟତା ,


କିନ୍ତୁ ବେଳେ ବେଳେ

ମାପକାଠି ରୁ ସଂପର୍କ ର ଦୂରତା ପରି--

ପିଲାଛୁଆ ଦୂରେଇ ଯାଆନ୍ତି ,

ହେଲେ ---

ସ୍ୱର୍ଗାଦପି ମା'ର ସ୍ନେହ

କଣ ଦୂରେଇ ଯାଏ --

ନା ଛାଇ ଢୋକି ଖରା ଦେଇ ଥାଏ ,

ମା' ପରା ସକାଳ ପରି

ଶାନ୍ତ ସରଳ --

ଓଁ କାର ଧ୍ବନି ଓ ବେଦମଂତ୍ର ପରି

ଜୀଇଁ ଥାଏ --

ପ୍ରସବ ବେଦନା ପରି ବାରଂବାର ,


ମା ' ଗଢି ବା ମୋହରେ

ବଶ ହୋଇ

ଢେର୍ ଆନନ୍ଦିତ ହୁଏ

ମନତାର ଭାଙ୍ଗିବା ପାଇଁ ନୁହଁ

ବରଂ ଶେଷ ଇଛା

ପିଲା ମୋର ଯେତେ ଦୁଃଖ

ଦେଲେ ବି ---

ମୁଁ ତା କାନ୍ଧରେ ମଶାଣିକୁ ଯାଏ ,


ମନୋରମା ମିଶ୍ର,

340/2181,ଶକ୍ତି ନଗର ,

ଶିଶୁ ପାଳ,

ପୁରୁଣା ଭୁବନେଶ୍ଵର,

ମୋ---9861674497 ,

Email id anuragoriya@gmail.com


Rate this content
Log in