Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pradesh Kumar Pradhan

Others

3  

Pradesh Kumar Pradhan

Others

କାମନା

କାମନା

1 min
13.4K


କାମନା..
ପକ୍ଷୀର କାକଳୀ
ଘର ବାହୁଡା ଗୋ ମାତା ହମ୍ଭାଳି
ମାତୃତ୍ୱର ସ୍ନେହ
ଆତ୍ମବିଭୋର ଭକତ ଆଖିର ଲୁହ
ପାରେନା ଭୁଲାଇ ଆଜି ମନ, ପ୍ରକୃତି ରାଣୀ ,
ବ୍ୟାକୁଳିତ ହୁଏ ପ୍ରାଣ
ଦୃତତ୍ତର ହୁଏ ହୃଦୟ ସ୍ପନ୍ଦନ
ସ୍ୱାଗତେ ମନର ମଣିଷ
ବହେ ଖର ପବନ ଅଣଚାଶ
ଶୁଣି ଶୁଣି ଗଲିଣି ଥକି  ଭାଗବତ ବାଣୀ।
ପାରେନା ଭୁଲାଇ ମନ  ଆଜି ପ୍ରକୃତି ରାଣୀ ।
ଦେଇଥିଲେ କଥା
ବାନ୍ଧିବେ ମହା ବାହୁ -ବନ୍ଧନେ
ପୁଲକିତ ହେବ ପ୍ରାଣ
ଭାସି ଭାସି ସେହି ବଂଶୀର ସ୍ୱନେ
ଅନେକରୁ ଏକ ହେବା ଲାଗି ମନ ହୁଏ ବ୍ୟାକୁଳିତ ,
ଅଙ୍କା ବଙ୍କା ବାଟ
ଚାଲି ଚାଲି ପଡିଛି ମୁଁ ଥକି
କରିଛି କର୍ତ୍ତବ୍ୟ କର୍ମ
ସମୟକୁ ରଖି ସାକ୍ଷୀ
ଜନ୍ମ ଜନ୍ମାନ୍ତର ସ୍ୱପ୍ନ ହେବ ଆଜି କିବା ସତ !
ଅନେକରୁ ଏକ ହେବା ଲାଗି ମନ ହୁଏ ବ୍ୟାକୁଳିତ।
 କ୍ଷଣିକ ସଂସାର ଧରିଅଛି ଭିଡି
ଆତ୍ମୀୟ ସ୍ୱଜନ ଛାଡୁଛନ୍ତି ରଡି
ଲାଗେ ମୋତେ ଏହା ସତେ ମିଛି ମିଛିକା
ପ୍ରଚେଷ୍ଟା କରେ ଦେବା ପାଇଁ ଧୋକା
ଅଦୂରେ ଶୁଭଇ ପେଚକର  ଡାକ ,
ଅନ୍ତରେ ଚାଲିଛି ହିସାବ ନିକାସ
ଅମିମାଂସିତ ହୁଏ ଭାଗଶେଷ
ଅସରନ୍ତି ଅନ୍ଧାରେ ଯିବା ପାଇଁ ଚାହେଁ ମିଶି
ଦରଶନେ ତୁମ ,ହେ ନୀଳାଦି୍ର ଶଶି
ଏ ଜନମେ ନହେଲେ ଆର ଜନମକୁ ଦେଖ।
ଅଦୂରେ ଶୁଭଇ ପେଚକର  ଡାକ ।
 


Rate this content
Log in