Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er Sachidananda Barik

Romance

2  

Er Sachidananda Barik

Romance

ପ୍ରେମର ଷ୍ଟାଟସ

ପ୍ରେମର ଷ୍ଟାଟସ

2 mins
6.7K


ଏଇ କମ୍ପ୍ଲିକେଟେଡ୍ ଯୁଗରେ

କିଏ ବା ପାଖ ଲୋକଙ୍କୁ ପ୍ରେମ କରୁଛି ଯେ ମୁଁ କରିବି !!

ଉଠିଲେ ଫେସବୁକ ଶୋଇଲେ ଫେସବୁକ

ଆଉ କେବେ କେମିତି ହ୍ଵାଟସ୍ଆପ ନହେଲେ ଟ୍ଵିଟ୍ଟର

ପାଖ ପଡୋଶୀଙ୍କୁ ଦେଖିବାକୁ ବେଳ କାଇଁ ଯେ

ଯାହାକୁ ଜାଣିନି ତାକୁ କେମିତି ଭଲ ପାଇବି

ବରଂ ଭଲ ହବ ଏଇ ସୋସିଆଲ ମିଡିଆରେ

ଜଣକୁ ବାଛି ପ୍ରେମ କରିବି

ଆଜିର ନିଅଣ୍ଟିଆ ଯୁଗରେ

ଘର ପାଖୁ କାଇଁ ରିସ୍କ ନେବି

ଜାଣିଶୁଣି ବିପଦକୁ କାଇଁ ଡାକିବି

ଅନଲାଇନ ଯୁଗରେ ତ ହଜାରେ ବିକଳ୍ପ

ବନ୍ଧୁତା କରି ମନ ବୁଝିଲା ପରେ

ପ୍ରେମ ବି ଅନଲାଇନ କରିବି

ହଜାରେ ଗୋଳମାଳିଆ  ଷ୍ଟାଟସ ଭିତରେ

ମୋ ଷ୍ଟାଟସକୁ ଟାଇମ ଲାଇନର ୱାଲ ପେପର

ଧରି  ରଖିବାକୁ ଅସମର୍ଥ !!

କେତେବେଳେ କଣ ଯେ ଇଛା ହୁଏ

ଇଚ୍ଛା ହୁଏ ଜବର ପ୍ରେମ କରିବାକୁ

ଗାଇବାକୁ ମନ କରେ ପ୍ରେମର ଗଜଲ

ପ୍ରିୟା ଅଭିମାନରେ ଲଟପଟ ହୋଇ

ଇଚ୍ଛା ହୁଏ ପ୍ରୀତିର ନଈରେ ଭାସି ଯିବାକୁ

ରାଗ ରୁଷା ମାନ ଅଭିମାନ ଯାବତୀୟ  ଭାବନା

ଆମ୍ନା ସାମ୍ନା ନହେଲେ ବି

ଆଜିର ଡିଜିଟାଇଜେସନ ଯୁଗରେ

ଭାବନା ସବୁ ଲହଡି ମାରନ୍ତି ପରସ୍ପରର ଟାଇମ ଲାଇନରେ     

ଏବେ ଫୋନରେ କଥା କମ୍ ଚାଟିଙ୍ଗ ବେଶି

ସେଥିପାଇଁ ଭାବନାର ଲୁଚକାଳି ଖେଳ

ପୋଷ୍ଟ ଆଉ କମେଣ୍ଟରେ

ତଥାପି ଡରଲାଗେ ....

ତମେ ଭାରି ମନୁଆ ନା !!

ମୋ ପୋଷ୍ଟ ଆଉ କମେଣ୍ଟ ଦେଖି

ରଖି ଦବ ମୋତେ ବ୍ଲକ ଲିଷ୍ଟରେ

ଆଉ ମୁଁ ଜଳୁଥିବି ତମ ଦୃଷ୍ଟି ଆଢୁଆଳରେ

ମରୁଥିବି ଜୀଉଁଥିବି ଦହଗଞ୍ଜରେ

ତମର କିଛି ହବନି ...

ମୁଁ ଯାହା ନିଜକୁ ନିନ୍ଦୁଥିବି

ଏତେ ବଡ ଭୁଲଟେ କରିଦେଇ ପର ମୁହୂର୍ତ୍ତରେ 

ଏତେ ହଲାପଟା କିଏ ହବ ଯେ ମସ୍ତିସ୍କ ଆଉ ହୃଦୟ ମଝିରେ

ବରଂ କିଛି ସମୟ ଚୁପ ରହିବି

ତମେ ଯେତେ ଦୁଷ୍ଟ ହୁଅ ପଛେ

ଲେଖିଲେ କଣ ବା ହବ

ଫ୍ରେଣ୍ଡଲିଷ୍ଟରେ ଥିବା ରେଡିଓଆକ୍ଟିଭ ଲୋକମାନେ

ଅଯଥା ସମାଲୋଚୋନା କରିବେ

ଆମେ ଭବିନଥିବା କଥା ଗୁଡିକ

ଭର୍ତ୍ତି ହେଇଯିବ ଟାଇମ ଲାଇନରେ

ଅଯଥା ଝଡଟେ ସୃଷ୍ଟି ହବ

ସମ୍ପର୍କ କଟିବା ଯାଏଁ କଥା ଯିବ 

ତାପରେ ଚୁପ ଚାପ

ଦିନ ରାତି ଅପେକ୍ଷା ଆଉ ଅପେକ୍ଷା

ଫୋନ କଲକୁ

କିଏ ଆଗ କଲ କରିବ

ତମେ ନା ମୁଁ !!

ଭାରି ଦହଗଞ୍ଜ ....

ସମସ୍ୟା ସାଧାରଣ ହେବାକୁ ସମୟ ଲାଗିବ

ପୁଣି ଆମ ସମ୍ପର୍କ ଗଜୁରି ଉଠିବ

ହେଲେ ଏତେ ଦହଗଞ୍ଜ କାଇଁ ଯେ   !!

ମଝିରେ ମଝିରେ ସାମ୍ନା ସାମ୍ନି କଥା ହେଇ ଯିବା

 


Rate this content
Log in