Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Romance Tragedy

5.0  

Bauribandhu Lenka

Romance Tragedy

ସ୍ମୃତି ଏକ ପ୍ରେମର

ସ୍ମୃତି ଏକ ପ୍ରେମର

1 min
6.6K


ସମୟର କେଉଁ ଅଜଣା ମୋଡରେ

ତୁମ ସହ ଦେଖା ହୋଇଗଲା ।

ପଲକ ଉଠାଇ ଦେଖୁଥିଲ ତୁମେ

ମୋର ଦୁଇ ଆଖି ଚାହିଁଥିଲା ॥


କିଛି କ୍ଷଣ ତୁମେ ନିରବ ରହିଲ

ମୁଁ ବି ନିରବ ରହିଥିଲି ।

ନଜର ଫେରାଇ ଯାଉଥିଲ ଚାଲି

ହଠାତ୍ ତୁମକୁ ଡାକିଦେଲି ॥


ଚମକି ମୋ ଆଡେ ଅନେଇଲ

ହେଲେ ପଦେ ବି ତ କଥା ହେଲନାହିଁ ।

ନିରବରେ ମୁଁ ଠିଆହୋଇ ଖାଲି

ତୁମ ଆଡେ ରହିଥିଲି ଚାହିଁ ॥


ଅତୀତର ସେହି ନିବିଡ ସମ୍ପର୍କ

ଏତେ ଶୀଘ୍ର ଭୁଲିଯିବ ବୋଲି

ଭାବି ମୁଁ ପାରୁନି ବିଶ୍ବାସ ହେଉନି

ଏପରି ବି ହୁଏ ଆଜିକାଲି ॥


ଯେତେବେଳେ ଯାହା କହିଛ କରିଛି

କେବେ ବି ତ କରିନାହିଁ ମନା ।

କେଉଁଠାରେ ମୋର ରହିଗଲା ଦୋଷ

କେଉଁ କାମେ କରିଦେଲି ଊଣା ॥


ଏ ମୋର ପ୍ରଥମ ପ୍ରେମ ମୁଁ ତୁମକୁ

ପାଇଥିଲି ଭଲ ଏ ଜୀବନେ ।

ହେଲେ ଆଜି ଏକା ହୋଇ ମୁଁ ଯାଇଛି

ନାହିଁ ସେ ସରାଗ ଆଉ ମନେ ॥


ପଲକ ଫେରାଇ ଯାଉଥିଲ ଚାଲି

ଡାକିଦେଇ ମୁଁ ଭୁଲ୍ କଲି ।

ଏପରି ଭୁଲ୍ ହେବନାହିଁ ଆଉ

ଆଶାକରେ କ୍ଷମା ଦେବ ବୋଲି ॥


ମଧୁମୟ ତୁମ ଦାମ୍ପତ୍ୟ ଜୀବନ

ହେଉ କଟୁ ଦିନ ଆନନ୍ଦରେ ।

ଯଦି ପାର ସ୍ଥାନ ଦେବ ଏ ଆମର

ଅତୀତ ସ୍ମୃତିକୁ ହୃଦୟରେ ॥

******


Rate this content
Log in

Similar oriya poem from Romance