Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Romance

3  

Prasant Kumar Nath

Romance

ପ୍ରିୟା

ପ୍ରିୟା

1 min
6.9K


ମୋ ମନ ଆକାଶେ ତୁମେ ସାଜିଅଛ

ପ୍ରେମର ପୁନେଇଁ ଜହ୍ନ

ତୁମ ପାଖେ ପରା ହଜେଇ ଦେଇଛି

ମୋର ଏ ଅବୁଝା ମନ ।

ସବୁ ରାତି ମୋର ତୁମ ପାଇଁ ପ୍ରିୟା

ହେଉ ଅଛି ସ୍ଵପ୍ନ ଭରା

ଭାବନାକୁ ମୋର କାବୁ କରି ତୁମେ

କରିଦେଲ ମଧୁ ଝରା ।

ତୁମରି ପ୍ରେମରେ ନିଜ ଅଜାଣତେ

ଏମିତି ହୋଇଲି ବନ୍ଦି

ତୁମରି ସାଥିରେ ସତେ ମୋ ଜୀବନ

ରହିଗଲା ହୋଇ ଛନ୍ଦି ।

ତୁମେ ଆସିଲାରୁ ଜୀବନେ ମୋହର

ଭରି ଅଛି ନୂଆ ରଙ୍ଗ

ତୁମରି ପରଶେ ପ୍ରଶମିତ ହୁଏ

ମୋ ଦେହର ସାରା ଅଙ୍ଗ ।

ପ୍ରିୟା ତୁମ ସ୍ପର୍ଶ ମଧୁର ପରଶ

ଯେବେ ଠାରୁ ଦେଇଦେଲ

ସେବେ ଠାରୁ ମୋର ମନର ଆକାଶେ

ଜହ୍ନ ସାଜି ରହିଗଲ ।


Rate this content
Log in

Similar oriya poem from Romance