ପୃଥିବୀ
ପୃଥିବୀ
1 min
12.2K
ଧରଣୀ ନାମଟି ପାଇଛୁ ଜନନୀ
ଧରିଛୁ ସଭିଁଙ୍କୁ କୋଳରେ
ଧରିତ୍ରୀ ନାମ ତୋ ସଂସାରେ ସାର
ତୁ ପାଳୁଛୁ ଜୀବଙ୍କୁ ଆଦରେ
ବସୁନ୍ଧରା ନାମ ଅତୀବ ସୁନ୍ଦର
ସତ୍ୟକୁ ରହିଛୁ ଆବୋରୀ
ମହୀ ନାମ କରେ ତତେ ମହୀୟାନ
ରହୁ ସକଳ ଜୀବଙ୍କ ହିତରେ
ଭୂ-ମଣ୍ଡଳ ବୋଲି କେ ତତେ କୁହନ୍ତି
ତୁ ବିଶ୍ବ ନାମେ ଜଣାଶୁଣା
ଏର୍ଥ ୱାଲ୍ଡ କେତେ କେତେ ନାମ
ବହି ତୁ ସର୍ବତ୍ର ଜଣା
କରିଛୁ ଧାରଣ ନଦନଦୀ କେତେ
ପାହାଡ, ପର୍ବତ, ହ୍ରଦ,ସାଗର
ଦେଶ, ମହାଦେଶ ,ଦ୍ବୀପ,ଅନ୍ତରୀପ
ଆବେରିଛି ବାୟୁମଣ୍ଡଳ
ହେ! ପୃଥିବୀ ମାତା କୋଟି ନମସ୍କାର
ନବ ଗ୍ରହ ମଧ୍ୟେ ସାର
ଜୀବନ ବିକାଶ କରିଣ ତୋ ପାଶେ
ଗଢିଛୁ ବିଶାଳ ସଂସାର ।