Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Tragedy

2  

Ram Prasad Bisoi

Tragedy

ବିଡାଏ କାଠ ।

ବିଡାଏ କାଠ ।

1 min
6.8K



ସାହି ଝିଅଙ୍କ ମେଳି,

ଜଙ୍ଗଲକୁ ଯାଇ

ଆଣେ ନିତି କାଠ,

ମା ଗଲାଣି ଭୋର,

ବର୍ଷେ ତଳୁ

ବାପା ଯାଇଛନ୍ତି

ଦାଦନ ଖଟି,

ସହଳ ସହଳ ପାଦ

ଗଣୁଛି ଦେଇ

ତେଣେ ଭୋକ

ବିକଳରେ କାନ୍ଦୁ ଥିବ

ତା ଏକ ବର୍ଷର ଭାଇ,

ଡେରି ହେଲେ ସ୍କୁଲରେ

ପଡିବ ଚାଟ

ଉପରବେଳା ଭାତଗଣ୍ଡାକ ବି

ମିଳିବ ନାହିଁ ,

ମା କହେ ତାକୁ ହେବାକୁ

ପାଠ ପଢି ସିୟାଣୀ

ଠକି ହେବନି ସେ କେବେ

ଏ କଣ ?

ଖବର କାଗଜରେ

ପୁଣି ଇତିଶ୍ରୀ କାହାଣୀ

କଣ ତା ଭଳି ଝିଅ

ଖାଲି ଚୁଲି ଆଉ

ଚୁଲି ମୁଣ୍ଡେ ଥୁଆ ହୋଇଥିବା

ଖାଲି

କାଠ ବିଡା

ନିଜେ ନିଆଁ ରେ ଜଳିଲେ

ମିଳିବ

ମୁଠାଏ ଭାତ

ଝିଅ ଜନମ,

ଦେଇ ମା ନା ଖାଲି

ବିଡାଏ କାଠ ।

@କାଶ୍ୟପ ।

Pic courtsy- Sangita Purhoit



Rate this content
Log in

Similar oriya poem from Tragedy