Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspita Dash

Inspirational

3  

Puspita Dash

Inspirational

ଜୀବନ ଯଦି

ଜୀବନ ଯଦି

1 min
6.6K


ଜୀବନ ଯଦି ଫୁଲ ବଗିଚା

ପିଲାଏ ଆମ ଲତା ବିତାନ,

ମଧୁର ଫଳ ନାତି ନାତୁଣୀ

ତାଙ୍କରି ମେଳେ ,ଯାଉ ଜୀବନ;

ମୂଳରୁ ସୁଧ ଅଧିକ ପ୍ରିୟ

ଜାଣିଛ ତୁମେ ,ଅଜା ଓ ଆଈ,

ଜେଜେବାପା ଓ ଜେଜେମା ଯେତେ

ଏଇ ଆନନ୍ଦ ,କେଉଁଠି ନାହିଁ;

ମୋ ଗେହ୍ଲା ନାତି ମଧୁର ହସ

ଦେଖିବ ସାଙ୍ଗ ,ଦେଖିବ ଆସ,

ମଧୁ ଝରା ତା', ଦରୋଟି ଭାଷା

ଶୁଣିବ ତୁମେ ,ହୋଇବ ବଶ;

ଜୀବନ ପାତ୍ର ପୂର୍ଣ୍ଣ ମୋର

ଈଶ୍ଵରଙ୍କ କରୁଣା ଭରା ,

ହସରେ ପୂର୍ଣ୍ଣ ,ଜୀବନ ପ୍ରାଣ

ଯାବତ ଚନ୍ଦ୍ର ,ଯାବତ ତାରା;

ତୁମର ଏଇ ଆଶିଷ ଯେତେ

ସାଙ୍ଗ ସାଥି ,ମୋହର କେତେ,

ବର୍ଷା ପରି ଝରି ସେ ଗଲା

ପୁଷ୍ପ ଫୁଟେ ,ମୋ ନାତି ପଥେ;

ଶେଷରେ ଆଶା ଏତିକି ମୋର

ପୁଷ୍ପ ହସୁ ଅଧରେ ତୁମ,

ସବୁ ଜୀବନେ ନାତି ନାତୁଣୀ

ଭରନ୍ତୁ ହସ ,ପୂର୍ଣ୍ଣ ପ୍ରାଣ।।


Rate this content
Log in

Similar oriya poem from Inspirational