Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance Abstract Others

2  

Bijay Prusty

Romance Abstract Others

ବେସୁରା ଗୀତି-୭୪୬

ବେସୁରା ଗୀତି-୭୪୬

1 min
6.5K


ମେଘ ସବାରିରେ ଆସିଛି ଲୋ ବର୍ଷା

ନବବଧୁ ବେଶ ସାଜି

ମଥାରେ ଶୋହୁଛି ଟିପି ଟିପି ଚିତା

ପାଦରେ ରୁପା ପାଉଁଜି ।

ଆଖିରେ ତୋହର କଜଳର ଗାର

କି ସୁନ୍ଦର ଦିଶେ ରୂପ

ଚନ୍ଦ୍ରମା ଉଇଁଛି ମଥାରେ ତୋହର

ଦେଖି ମନ ହୁଏ ତୋଷ ॥

ହସି ଦେଲେ ଟିକେ ଚମକେ ବିଜୁଳି

ଶୋଭା ତାର ବିଞ୍ଚି ଦିଏ

ତୋର ଖୁସି ପାଇଁ ଇନ୍ଦ୍ରଧନୁଟି

ଭୁଇଁରୁ ଆକାଶ ଛୁଏଁ ॥

ଛାଡି ଆସିଛୁ ତୁ ପ୍ରିୟ ପରିଜନ

ଆଖିରେ ଆଖିଏ ଲୁହ

ବୋହିଗଲେ ସିଏ ତିନ୍ତି ଯାଏ ମାଟି

ଭିଜାଏ ସଭିଙ୍କ ଦେହ ॥

ଭିଜି ଭିଜି ଆଜି ତୋ ଲୁହକୁ ସବୁ

ଯିବି ମନ ଭରି ପିଇ

ମୋ ଆଖିରେ ଲୁହ ମିଶି ତୋ ଲୁହରେ

ବୋହିଯିବ ହୋଇ ନଈ ॥


Rate this content
Log in

Similar oriya poem from Romance