ଅଭିନୟ
ଅଭିନୟ
ପଦ୍ମାଳୟା ମିଶ୍ର
ସୁଖର ଆୟୂଷ ଅଳପ ଲେଖିଛ
ଦୁଃଖର ଲମ୍ବା କାହିଁକି
ମହାବାହୁ ହୋଇ ହାତ ବଢଉନ
ଆଶିଷ ଦେବା ପାଇଁକି ?
ମୋ ମର୍ତ୍ତ୍ୟ ଶରୀରେ ତୁମରି ଆତମା
ଅଭିନୟ କରେ ପଶି
ଅଭିନୟ ନିଶା ସରିଗଲା ପରେ
ଅଚାନକ ଯାଅ ଖସି ।
କରୁଣ କ୍ରନ୍ଦନ ଶୁଭେ ସେହି କ୍ଷଣି
ନିସ୍ତେଜ ଶରୀର ଦେଖି
କିଛି ଦିନ ଲୁହ ହୃଦୟରେ କୋହ
ଦୁଃଖ ସିନ୍ଧୁ ଯାଏ ଶୁଖି ।
ତୁମେ ହିଁ ସର୍ଵର୍ତ୍ତ ତୁମେ ନାଟ୍ୟକାର
ଜାଣିଛି ସବୁ ଏ ମନ
ତଥାପି କାହିଁକି ମୁଁ ମୋର କହଇ
ଲୋଭ କରଇ ଜୀବନ ।
ହେ ବିଶ୍ବ ନିୟନ୍ତା ପାଳନ କରତା
ଆଞୁଳାରେ ଭର ଖୁସି
ଦୁଃଖ ଦୂର କରି ସୁଖ ଦିଅ ହରି
ପୀରତି ଦିଅ ପରଷି ।।