Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Inspirational

3  

Dambarudhar Bag

Inspirational

ସୁନାମ ଅର୍ଜନ କର

ସୁନାମ ଅର୍ଜନ କର

1 min
122


ଯେତେ ଦିନ ଯାଏଁ ରହିଥିବ ପାଶେ

ଈର୍ଷା ଗର୍ବ ଅହଙ୍କାର ।

ଜାତିର ଉନ୍ନତି ଅସମ୍ଭବ ଜାଣ

ହେତୁକର ବାରମ୍ବାର ।

ପରର ଉନ୍ନତି ଦେଖି ଯଦି କେବେ

କରୁଥାଅ ତୁମେ ଈର୍ଷା ।

ନିଶ୍ଚିତ ଜଗତେ ତୁମ ଛଡା ଆଉ

କିଏ ହେବ ଲୋକହସା।

ଅନ୍ୟର କ୍ଷତିରେ ଯଦି ହସୁଥାଅ

ଏହା ନୁହଁ ତୁମ ଧର୍ମ ।

ପଦାଘାତ ତୁମେ ନିଶ୍ଚେ ହେବ ଜାଣ

କହିରଖେ ତୁମ କର୍ମ ।

ଭାବୁଛ ନିଜକୁ ଅନ୍ୟଠୁ ଚାଲାକ

କରିକରି ଅପକର୍ମ ।

ସେହି ଅପକର୍ମ ତୁମ ପାଇଁ ନିଶ୍ଚେ

ପାଳଟିବ କାଳଯମ।

ଲୁଚାଉଛ ଯଦି ସତ୍ୟକୁ ତୁମର

କହି ସଦା ମିଥ୍ୟା ବାଣୀ ।

ଫଳ ତ ଭୋଗିବ ଏଇ ଜନମରେ

ବଞ୍ଚି ଥାଅ ଦିନ ଗଣି ।

ଦୁର୍ନୀତି ପଥରେ ଆଗେଇ ଯିବାକୁ

କରୁଛ ଯଦି ମନସ୍ଥ ।

ହଟିଯାଅ ତୁମେ ପଛକୁ ପଛକୁ

ସୁକାର୍ଯ୍ୟରେ ହୁଅ ନ୍ୟସ୍ତ ।

ନିଜ ହିତ ପାଇଁ ପର କ୍ଷତି କରେ

ଏଇ ଜନମରେ ଯିଏ ।

ନିଶ୍ଚେ ନର୍କ ଭୋଗ କରିଥାଏ ଜାଣ

ମରିବା ଆଗରୁ ସିଏ ।

ଗୁରୁଜନ ସହ ମାତାପିତାଙ୍କୁ ଯେ

ସଦା କରିଚାଲ ଭକ୍ତି ।

ଜୀବନ ପଥରେ ଆଗେଇ ଯିବାକୁ

ନିଶ୍ଚେ ମିଳିଯିବ ଶକ୍ତି ।

ଗୁରୁଜନଙ୍କର ବିଶ୍ବାସରେ ଯଦି

ଯିଏ ଦେଉଥାଏ ବିଷ ।

ତା'ଜୀବନର ଅନେକ କାହାଣୀ

ଅଦିନରେ ହେବ ଶେଷ ।

ଜାଣି ଜାଣି କେତେ ଏଇ ସମାଜରେ

କରିଥାନ୍ତି କେତେ ଭ୍ରମ ।

ସେଇ ଲୋକମାନେ ଦୁଃଖଯନ୍ତ୍ରଣାରେ

କାଟୁଥାନ୍ତି ଇହ ଧାମ।

ସେଥିପାଇଁ ସଦା ମାନବ ସେବାରେ

ଦିଅ ନିଜ ତନମନ।

ଗୁରୁ ସାଥେ ଯେତେ ରହିଛନ୍ତି ଜନ

ସଭିଙ୍କୁ ଦିଅ ସମ୍ମାନ ।

ପର ଜନ୍ମକଥା କିଏ ବା ଦେଖିଛି

ଏଇ ଜନମକୁ ଦେଖ ।

ଭଲ କାମ କରି ଏ ମର୍ତ୍ତ୍ୟ ମଣ୍ଡଳେ

ନିଜର ସୁନାମ ରଖ ।


ଶ୍ରୀ ଡମ୍ବରୁଧର ବାଗ

ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି


Rate this content
Log in

Similar oriya poem from Inspirational