ରଜ ହାଟ
ରଜ ହାଟ
ଆସୁଛି ରଜ
ଓଡ଼ିଆ ଘର ପର୍ବ
ଧାନ ବୁଣି କ୍ଷେତରେ ଧାନଗଜା
ବର୍ଷାକୁ ଅପେକ୍ଷାରେ ଚାଷୀ
ଏପାଳି ରଜ ହାଟ
କିଣିବାକୁ ହେବ ରଜ ସଉଦା
ଛେନା,ନଡିଆ,ଗୁଡ, ବିରି,ଅରୁଆ ଚ।ଉଳ
ପାଣିପରିବା, ତେଲ ଆଳୁ ପିଆଜ
ପୃଷ୍ଟି ଲୁଗାଦୋକାନରୁ କପଡା ବସ୍ତ୍ର
ଆମ୍ବ ପଣସ କଦଳି ଆହୁରି କେତେ
ଚିଠା ରେ ଅଛି ଗୁଡିକାଗଜ ସୁତା ବଣ୍ଡୁଲି
କାହାକୁ କାଟି ରଜ ପାଳିବା
ଦୋଳି ପାଇଁ ଦଉଡ଼ି ପାନ ଗୁଆ ପ।ନମସଲା
ହାଟରୁ କିଣିବା ,ଭିଡ ଭିତରେ ସାଙ୍ଗ ସାଥି
ପଦେ ଅଧେ କଥାଶୁଣି
ଘରମୁହଁ।ଇବା ।
ପୁଅଝିଅଙ୍କ ପୋଷାକ
ଭାରିଜାର ସିଲକୀ ଶାଢ଼ୀ
ଚାକର ହଳିଆଙ୍କର ଲୁଙ୍ଗିକୁ ଗାମୁଛା
ଗୋରୁ ଗାଈ ନୂଆ ପଘା
ଠାକୁର କରିଆ
ହାଟ ବାଟ ଭିଡ
ଦୋକାନୀ ଭାଇର ଖୁସି ମନ
ସକାଳୁ ରାତି ଯାଏ ବିକୁଥାଏ
ଚକାମାଡି ମହାଜନ ।
ସିଙ୍ଗାପୁର ଗୁଡାକ ପଚାଶକୁ
ଛେନ।ଖଣ୍ଡ ଶହେ ନଡ଼ିଆ ପଚିଶ
ଆମ୍ବ ସେଠି ଷାଠିଏ
ଦର ଦାମ ଯେତେ ଉଞ୍ଚା ରହିଲେ ବି
ରଜହାଟ ହେବ
କ।ଣ୍ଟଛ।ଟ କଲେ ବି କଂଟା ପ।ଞ୍ଚ ଛୁଇଁବ।