Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Tragedy Abstract

2.5  

Prasant Kumar Nath

Tragedy Abstract

ବିରହ ବେଦନା

ବିରହ ବେଦନା

1 min
7.1K


ଯେଉଁ ପ୍ରେମ ଦିନେ ଫୁଲ ସାଜିଥିଲା

ପାଲଟିଲା ଆଜି କଣ୍ଟା

ପ୍ରୀତି ଡାଳେ ପତ୍ର କଅଁଳିଲା ପରେ

ପଡିଗଲା ଆଜି ଥୁଣ୍ଟା ।

କିଏ ଜାଣିଥିଲା ପ୍ରେମଟା ଏମିତି

ମନକୁ ଛୁଇଁଲା ପରେ

ଜାଳିଦେଵ ପୁଣି ସେହି ମନଟାକୁ

ବିରହର ଦହନରେ ।

ତୁମ ମିଠା ହସ ଦେଲା ମୋତେ ବିଷ

ଉଜାଗର ପହେ ରାତି 

ଜଳୁଛି ଆଜିମୁଁ ଯାତନା ଜୁଇରେ

ଜାଳୁଛି ପୁରୁଣା ସ୍ମୃତି ।

ହସ ସବୁ ଆଜି ଲୁହ ରୂପ ନେଇ

ଅକାଳେ ଯାଉଛି ବହି

ଦୁଃଖ ଦେଇଗଲା ସେହି ପ୍ରେମ ମୋତେ

ପ୍ରୀତିର ପରଶ ଦେଇ ।

ପ୍ରଶାନ୍ତ କୁମାର ନାଥ


Rate this content
Log in